ମୋଦିଙ୍କୁ ନେଇ କଂଗ୍ରେସ ନେତ୍ରୀଙ୍କ ବିବଦୀୟ ବୟାନ ! ବିଜୟାଶାନ୍ତି କହିଲେ, ଆତଙ୍କବାଦୀ ଭଲି ଦେଖାଯାଉଛନ୍ତି ପ୍ରଧାନମନ୍ତ୍ରୀ ।

ଅଭିନେତ୍ରୀରୁ ନେତ୍ରୀ ପାଲିଟିଥିବା ତେଲୁଗୁ ହିରୋଇନ ବିଜୟଶାନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ବିବାଦୀୟ ବୟାନ ଦେଇଛନ୍ତି ।

454

କନକ ବ୍ୟୁରୋ: ଅଭିନେତ୍ରୀରୁ ନେତ୍ରୀ ପାଲିଟିଥିବା ତେଲୁଗୁ ହିରୋଇନ ବିଜୟଶାନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ବିବାଦୀୟ ବୟାନ ଦେଇଛନ୍ତି । କଂଗ୍ରେସ ସଭାପତି ରାହୁଲ ଗାନ୍ଧିଙ୍କ ଉପସ୍ଥିତିରେ ବିଜୟାଶାନ୍ତି କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆତଙ୍କବାଦୀ ଭଳି ଦେଖାଯାଇଛନ୍ତି । ପ୍ରଧାନମନ୍ତ୍ରୀଙ୍କୁ ଏଭଳି ହେବା ଉଚିତ ନୁହେଁ ।

ତେଲେଙ୍ଗାନାରେ ଆୟୋଜିତ ଏକ ଜନସଭାରେ ବିଜୟଶାନ୍ତି ଯୋଗଦେଇ ପୁଲୱାମା ଆକ୍ରମଣ ଉପରେ କହିବାବେଳେ ବିବାଦୀୟ ଟିପ୍ପଣୀ ଦେଇଥିଲେ । ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଲକୁଲ ଆତଙ୍କବାଦୀଙ୍କ ଭଳି ଦେଖାଯାଆନ୍ତି । ପ୍ରଧାନମନ୍ତ୍ରୀଙ୍କୁ ଏଭଳି ହେବା ଉଚିତ ନୁହେଁ । କେତେବେଳେ ସେ ବୋମାମାଡ କରିପାରନ୍ତି । ଏହି ବୟାନକୁ ନେଇ ଏବେ ବିବାଦ ଦେଖାଦେଇଛି । ବିଜେପି ମଧ୍ୟ ଏହା ଉପରେ ଆପତ୍ତି ଜଣାଇଛି ।