ଠିକ୍ ସମୟରେ ମିଳିଲା ନାହିଁ ଆମ୍ବୁଲାନ୍ସ ! ଆମ୍ବୁଲାନ୍ସ ଅଭାବରୁ ଚାଲିଗଲା ଅଭିନେତ୍ରୀ ଏବଂ ତାଙ୍କ ସଦ୍ୟଜାତ ଶିଶୁର ଜୀବନ

5,898

ଅନେକ ମରାଠୀ ସିନେମାରେ ଅଭିନୟ କରିଥିବା ଅଭିନେତ୍ରୀ ପୂଜା ଝୁଞ୍ଜାର୍ ଏବଂ ତାଙ୍କ ସନ୍ତାନର ମୃତ୍ୟୁ ହୋଇଯାଇଛି ଏବଂ ମୃତ୍ୟୁର କାରଣ ହେଉଛି ଆମ୍ବୁଲାନ୍ସର ଅଭାବ । ହଁ ଆଜ୍ଞା ୨୫ ବର୍ଷୀୟ ମହାରାଷ୍ଟ୍ରର ଏହି ଅଭିନେତ୍ରୀ ରବିବାର ହିଙ୍ଗୋଲୀ ଜିଲ୍ଲା ଡାକ୍ତରଖାନାରେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ । ତେବେ ବିଡମ୍ବନାର ବିଷୟ ଜନ୍ମର କିଛି ସମୟ ପରେ ହିଁ ସଦ୍ୟଜାତ ଶିଶୁଟିର ମୃତ୍ୟୁ ହୋଇଯାଇଥିଲା ଏବଂ ଆମ୍ବୁଲାନ୍ସ ଅଭାବରୁ ଅଭିନେତ୍ରୀ ମଧ୍ୟ ଚିରଦିନ ପାଇଁ ଆଖି ବୁଜିଛନ୍ତି ।

ସମ୍ପର୍କୀୟଙ୍କ କହିବାନୁସାରେ ଯଦି ଠିକ୍ ସମୟରେ ଆମ୍ବୁଲାନ୍ସ ମିଳିଯାଇଥାନ୍ତା ତେବେ ଉଭୟ ମା’ ଏବଂ ପୁଅକୁ ବଚାଂଯାଇପାରିଥାନ୍ତା । ମୁମ୍ବାଇରୁ ୬୦୦ କି.ମି. ଦୂର ହିଙ୍ଗୋଲୀ ଜିଲ୍ଲା ପୋଲିସ୍ ର କହିବାନୁସାରେ , ପୂଜାଙ୍କୁ ରବିବାର ପ୍ରାଇମେରୀ ହେଲଥ୍ ସେଣ୍ଟରରେ ଭର୍ତ୍ତି କରାଯାଇଥିଲା ଏବଂ ସେଠାକାର ଡାକ୍ତର ପରିବାର ଲୋକଙ୍କୁ ତୁରନ୍ତ ମା’ ଏବଂ ପିଲାକୁ ସିଭିଲ୍ ଡାକ୍ତରଖାନାରେ ଭର୍ତ୍ତି କରିବାକୁ କହିଥିଲେ । କିନ୍ତୁ ଅନେକ ଖୋଜାଖୋଜି କରିବା ପରେ ଶେଷରେ ବେସରକାରୀ ଆମ୍ବୁଲାନ୍ସରେ ଉଭୟ ମା’ ଏବଂ ଶିଶୁକୁ ଅଣାଯାଇଥିଲା । ତେବେ ପୂର୍ବରୁ ଶିଶୁଟିର ମୃତ୍ୟୁ ହୋଇଥିବା ବେଳେ ଅଧାବାଟରେ ମା’ର ମୃତ୍ୟୁ ହୋଇଯାଇଥିଲା । ଦୁଇଟି ମରାଠି ସିନେମାରେ ଲିଡ୍ ରୋଲରେ ନଜର ଆସିଥିବା ଏହି ଅଭିନେତ୍ରୀ କିଛି ସମୟ ପାଇଁ ସିନେମା ଜଗତରୁ ବିରତି ନେଇଥିଲେ ।