ପ୍ରଯୋଜିକା ହେବେ ଆଲିୟା ! ସିନେପ୍ରେମୀଙ୍କୁ ଭେଟିଦେବେ ନୂଆ କାହାଣୀ

28

ବଲିଉଡର ଅନେକ କଳାକାର ଏବେ କେବଳ ଅଭିନୟରେ ସୀମିତ ରହିବାକୁ ଚାହୁଁନାହାଁନ୍ତି । ଏହା ସହ ସେମାନେ ଗୀତ ଗାଇବା ,ନିର୍ଦ୍ଦେଶନା ଦେବା ଓ ପ୍ରଯୋଜନା କ୍ଷେତ୍ର ପ୍ରତି ମଧ୍ୟ ମନ ବଳାଉଛନ୍ତି । ଯେପରିକି ପ୍ରିୟଙ୍କା ଚୋପ୍ରା ଓ ଅନୁଷ୍କା ଶର୍ମା ଅଭିନୟ ସହ ପ୍ରଯୋଜନାରେ ମଧ୍ୟ ବିଶେଷ ସଫଳତା ପାଇସାରିଲେଣି । ତାଙ୍କ ସହ ଏବେ ସାମିଲ୍ ହେବାକୁ ଯାଉଛନ୍ତି ଆଲିୟା ଭଟ୍ଟ ।

ମିଳିଥିବା ସୂଚନା ଅନୁସାରେ, ଆଲିୟା ଏବେ ପ୍ରଯୋଜିକା ହେବା ପାଇଁ ଆଗ୍ରହ ଦେଖାଇଛନ୍ତି । ଆଲିୟାଙ୍କ ପାଖରେ ଏବେ କେତୋଟି କାହାଣୀ ରହିଛି । ଯାହାକୁ ନେଇ ସେ ଫିଲ୍ମ କରିବାକୁ ଚାହୁଁଛନ୍ତି । କିନ୍ତୁ ଏଥିପାଇଁ କୈାଣସି ପ୍ରଯୋଜକ ରାଜି ହେଉନାହାଁନ୍ତି । ତେଣୁ ଆଲିୟା ଭାବିଛନ୍ତି ନିଜେ ଏହି କାହାଣୀକୁ ନେଇ ଫିଲ୍ମ ନିର୍ମାଣ କରିବେ । କିଛିଟାରେ ସେ ଅଭିନୟ କରିବା ସହ ଆଉ କିଛି ଫିଲ୍ମରେ ଅନ୍ୟ କଳାକାରଙ୍କୁ ସୁଯୋଗ ଦେବେ । ପ୍ରୋଜେକ୍ଟକୁ ଦେଖିଲେ ଆଲିୟାଙ୍କ ହାତରେ ଏବେ ଗଲିବୟଡ୍ରାଗନ୍ ରହିଛି । ଯେଉଁଥିରେ ସେ ରଣବୀର ସିଂହ ଓ ରଣବୀର କପୁରଙ୍କ ସହ ଅଭିନୟ କରିବେ । ଏହା ସହ ନିକଟରେ ସେ ମେଘନା ଗୁଲଜାରଙ୍କ ଫିଲ୍ମ ମଧ୍ୟ ସାଇନ୍ କରିଛନ୍ତି । ହେଲେ ଏବେ ଆଲିୟାଙ୍କ ପ୍ରଯୋଜିକା ହେବା ଖବର ନିଶ୍ଚେ ପ୍ରଶଂସକଙ୍କୁ ଖୁସି କରିବ ।