ଅଭିନେତା ଏବେ କର୍କଟ ରୋଗରେ ! ଚିକିତ୍ସା ପାଇଁ ମାଗୁଛନ୍ତି ସାହାଯ୍ୟ

46

‘ଜଲି ଏଲଏଲବି-୨’ ରେ ଅକ୍ଷୟ କୁମାରଙ୍କ ସହ କାମ କରିଥିବା ଅଭିନେତା ସୀତାରାମ ପଂଚାଲ ଏବେ କର୍କଟ ରୋଗରେ ପୀଡିତ ଏବଂ ଚିକିତ୍ସା ପାଇଁ ମାଗୁଛନ୍ତି ସାହାଯ୍ୟ । ସେ ଫେସବୁକରେ ପୋଷ୍ଟ କରି ନିଜ ସମସ୍ୟା ବିଷୟରେ ସମସ୍ତଙ୍କୁ ଅବଗତ କରାଇଛନ୍ତି ଓ କହିଛନ୍ତି ତାଙ୍କୁ ସାହାଯ୍ୟର ନିହାତି ଜରୁରୀ ।

ଅଭିନେତା ସୀତାରାମ ପଂଚାଲ୍ , ପାନ୍ ସିଂହ ତୋମାର , ପିପଲୀ ଲାଇଭ୍ , ଜଲି ଏଲଏଲ ବି-୨ ,ସ୍ମଲଡଗ୍ ମିଲିନେୟର, ବ୍ୟାଣ୍ଡିଟ୍ କ୍ୱିନ୍ ଭଳି ଫିଲ୍ମରେ କାମ କରି ବଲିଉଡରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ଏବେ କର୍କଟ ପୀଡିତ ଏହି ଅଭିନେତା ଫେସବୁକରେ ଲେଖିଛନ୍ତି, ‘ଭାଇମାନେ ମୋର ସାହାଯ୍ୟ କରନ୍ତୁ । ମୁଁ କର୍କଟ ରୋଗ ଯୋଗୁଁ ସମସ୍ୟାରେ ପଡିଛି । ଆପଣଙ୍କ କଳାକାର ଭାଇ ସୀତାରାମ ’।

ସୀତାରାମ ପଂଚାଲ କର୍କଟ ରୋଗ ବିଷୟରେ ୨୦୧୪ରେ ଜାଣିବାକୁ ପାଇଥିଲେ । କିନ୍ତୁ ତା ପରେ ସେ ଫିଲ୍ମରେ କାମ କରିଚାଲିଥିଲେ । ଏବେ ଫେସବୁକରେ ନିଜର ସମସ୍ୟା କଥା ପୋଷ୍ଟ କରିବା ପରେ ଅନେକ ଲୋକ ସାହାଯ୍ୟ ପାଇଁ ଆଗେଇ ଆସୁଛନ୍ତି । ବର୍ତ୍ତମାନ ସୀତାରାମ ୧୦ ମାସ ହେଲା ଶଯ୍ୟାଶାୟୀ ଏବଂ କୈାଣସି କାମ କରିବାର ସ୍ଥିତିରେ ନାହାଁନ୍ତି ।