‘କଟ୍ଟପା’ଙ୍କ ଉପରେ କାହିଁକି ନାରାଜ କର୍ଣ୍ଣାଟକ ? ‘ବାହୁବଲୀ ୨’ ର ରିଲିଜକୁ ନେଇ ବଢୁଛି ବିବାଦ

45

ସିିନେମା ବାହୁବଲୀର ସଫଳତା ପରେ ୨ ବର୍ଷ ହେବ ନିର୍ଦ୍ଦେଶକ ଏସ ଏସ ରାଜେମୌଲି କଟ୍ଟପା ବାହୁବଳୀଙ୍କୁ କାହିକି ମାରିଥିଲା ଏହି ରହସ୍ୟ ଖୋଲିବା ପାଇଁ ଦିନ ରାତି ପରିଶ୍ରମ କରୁଛନ୍ତି । କିନ୍ତୁ ରିଲିଜର କିଛି ଦିନ ପୂର୍ବରୁ ସିନେମା ବିବାଦର ଘେରରେ ଆସିଯାଇଛିି । ସିନେମାରେ କଟ୍ଟପାଙ୍କ ଭୂମିକାରେ ଅଭିନୟ କରୁଥିବା ସତ୍ୟରାଜଙ୍କ ପୁରୁଣା ବୟାନକୁ ନେଇ ବିବାଦ ଆରମ୍ଭ ହୋଇଛି ଯାହାଦ୍ୱାରା ଏହି ସିନେମାକୁ କର୍ଣ୍ଣାଟକ ରେ ବିରୋଧ କଳରାଯାଉଛି ।

ଏବେ ଏହି ସନେମାର ନିର୍ଦ୍ଦେଶକ ରାଜମୌଲି ଏହି ବିବାଦକୁ ଓ ନିଜ ସିନେମାକୁ ଅଲଗା କରି ନେଇଛନ୍ତି । ଏସ ଏସ ରାଜମୌଲୀଏନେଇ ନିଜର ଟ୍ୱିଟର ହ୍ୟାଣ୍ଡେଲରେ ଏକ ଭିଡିଓ ଶେୟାର କରିଛନ୍ତି । ଏବଂ କହିଛନ୍ତି ଯେଉଁ କାରଣରୁ ଅଆପଣ ସମେସ୍ତ ନାରଜା ଅଛନ୍ତି ସେହି କଥାର ଏହି ସିନେମା ସହ କୌଣସି ସମ୍ପର୍କ ନାହିଁ । ଏହା ତାଙ୍କର ବ୍ୟକ୍ତିଗତ ରାୟ ଥିଲା,ଯାହ ସେ ୯ବର୍ଷ ପୂର୍ବରୁ କହିଥିଲେ ।

ଏହାସହ ସେ କହିଛନ୍ତି ସତ୍ୟରାଜ ଏହି ସିନେମାର ନିର୍ଦ୍ଦେଶକ ନୁହଁକି କି ନିର୍ଦ୍ଦେଶକ ନୁହଁନ୍ତି । ଯହି ଏହି ସିନେମାର ପ୍ରଦର୍ଶନ ଉପରେ ରୋକ ଲଗାଯାଏ ତେବେ ତାଙ୍କର କିଛି କ୍ଷତି ହେବନି । ରାଜମୌଲୀ କହିଛନ୍ତି ଏହି ସିନେମାର କଟ୍ଟପା ଭୂମିକାରେ ଅଭିନୟ କରୁଥିବା ସତ୍ୟରାଜ ପାଖାପାଖି ୯ ବର୍ଷ ପୂର୍ବରୁ ତାମିଲନାଡୁ ଓ କର୍ଣ୍ଣାଟକ ସହ ଯୋଡି ଯୋଡି ହୋଇଥିବା କାବେରୀ ନଦୀ ବିବାଦରେ କଥିତ ରୂପେ କନ୍ନଡ ବିରୋଧୀ ବୟାନ ଦେଇଥିଲେ ।