ମିଷ୍ଟର ଏର୍ନଜେଟିକ୍ ରଣବୀର ସିଂଙ୍କ ଭାଇରାଲ ଭିଡିଓକୁ ନେଇ ଚର୍ଚ୍ଚା

31

ମିଷ୍ଟର ଏର୍ନଜେଟିକ୍ ରଣବୀର ସିଂଙ୍କ ଆଉ ଏକ ଭିଡିଓ ହୋଇଛି ଭାଇରାଲ । ନିଜ ମଜାଦାର ଅନ୍ଦାଜରେ ଦର୍ଶକଙ୍କୁ ଖୁସି କରାଇବାର କୈାଣସି ମୈାକା ଛାଡନ୍ତିନି ରଣବୀର । ନିକଟରେ “ଡର’’ ଚଳଚ୍ଚିତ୍ରରେ ଶାହାରୁଖଙ୍କ ଭୂମିକାରେ ନିଜକୁ ରଖି “ଡର’’ ମୁଭିର ଏକ ଗୀତରେ ନୃତ୍ୟ ପରିବେଷଣ କରି ସୋସିଆଲ ମିଡିଆରେ ଏକ ଦମଦାର ଭିଡିଓ ଅପଲୋଡ କରିଥିଲେ ରଣବୀର । ଏବେ ପୁଣିଥରେ ଟୁଇଟର ଓ ଇନଷ୍ଟାଗ୍ରାମରେ ରଣବୀରଙ୍କର ଏକ ଭିଡିଓ ଭାଇରାଲ ହେବାପରେ ସେ ଆସିଛନ୍ତି ଚର୍ଚ୍ଚାକୁ । ରଣବୀରଙ୍କର ଭାଇରାଲ ହୋଇଥିବା ଭିଡିଓରେ ସେ ଅମୀରଖାନଙ୍କର ଲୁକରେ ଆସିଛନ୍ତି । ସୁପରହିଟ ଚଳଚ୍ଚିତ୍ର “ରାଜା ହିନ୍ଦୁସ୍ଥାନୀ ’’ ର ଅଲଟାଇମ୍ ହିଟ୍ସ ଗୀତ ପରଦେଶୀ ପରଦେଶି ଜାନା ନେହିଁ କୁ ବେସୁରା ଗାଉଥିବାର ଭିଡିଓ କୁ ନେଇ ଏବେ ଚାରିଆଡେ ଚର୍ଚ୍ଚା । ମିଷ୍ଟର ଏର୍ନଜେଟିକଙ୍କର ଏହି ଭିଡିଓ ଏବେ ବେଶ ଲୋକପ୍ରିୟ ହୋଇଛି ।