ସିନେମା ପାଇଁ ୨୦ ଦିନ ପର୍ଯ୍ୟନ୍ତ ଉପବାସ ରହିଲେ ବଲିଉଡ ଅଭିନେତା ରାଜକୁମାର ରାଓ !

40

ହିନ୍ଦୀ ସିନେମାରେ ବହୁତ କମ ଲୋକ ଅଛନ୍ତି ଯେଉଁମାନେ ଟଙ୍କା ପଇସା ଓ ଲୋକପ୍ରିୟତାକୁ କୁ ଆଡ କରି ଅଭିନୟକୁ ଅଧିକ ଗୁରୁତ୍ୱ ଦିଅନ୍ତି । ସେହି କିଛି ଲୋକଙ୍କ ମଧ୍ୟରେ ଆସୁଛନ୍ତି ବଲିଉଡ ଅଭିନେତା ରାଜକୁମାର ରାଓ । ଏବେ ରାଜକୁମାର ରାଓ ତାଙ୍କର ଆଗାମୀ ସିନେମା ପାଇଁ ଚର୍ଚ୍ଚାରେ ଅଛନ୍ତି । ଯାହର ନାମ ହେଲା “ଟ୍ରେଣ୍ଡ”

ଏହି ସିନେମା ପାଇଁ ରାଜକୁମାର ନିଜ ଉପରେ ଅନେକ ପରୀକ୍ଷା ନୀରିକ୍ଷା କରିଥିବା ଜଣାପଡିଛି । ରାଜକୁମାର ରାଓ ଶୁଦ୍ଧ ଶାକାହାରୀ ଅଟନ୍ତି । କିନ୍ତୁ ଏହି ସିନେମା ପାଇଁ ତାଙ୍କୁ ଆମିଷ ଖାଇବା ପାଇଁ ପଡିଲା । ସିନେମାର ନିର୍ଦ୍ଦେଶକ ବିକ୍ରମାଦିତ୍ୟ ମୋଟୱାନୀ ଚାହୁଁଥିଲେ ଏହି ସିନେମାର ସବୁ ଦୃଶ୍ୟ ଅସଲି ଲାଗୁ ।

“ଟ୍ରେଣ୍ଡ” ଏକ ସରଭାଇଭାଲ ଡ୍ରାମା ସିନେମା । ଏଥିନେଇ ଏହି ସିନେମାରେ ନିଜ ଅଭିନୟକୁ ଜୀବନ୍ତ କରିବା ପାଇଁ ରାଜକୁମାର ୨୦ ଦିନ ପର୍ଯ୍ୟନ୍ତ କିଛି ଖାଇ ନଥିଲେ । ଏହି ସମୟରେ ସେ କେବଳ ବ୍ଲାକ କଫି ଓ ଗାଜର ଖାଇ ଦିନ ବିତାଉଥିଲେ ।