ମହିଳାଙ୍କୁ ଅଶ୍ଳୀଳ ଫଟୋ ପଠାଇବା ଅଭିଯୋଗରେ ଅଭିନେତା ଏଜାଜ୍ ଖାନ ଗିରଫ

29

ସବୁବେଳେ ବିବାଦ ଘେରରେ ରହୁଥିବା ଅଭିନେତା ଏଜାଜ୍ ଖାନଙ୍କୁ ଗିରଫ କରିଛି ପୋଲିସ । ଏଜାଜ୍ ଖାନଙ୍କ ବିରୋଧରେ ଜଣେ ମହିଳାଙ୍କୁ ଖରାପ ବ୍ୟବହାର ଓ ଅଶ୍ଳୀଳ ଫଟୋ ପଠାଇବା ଅଭିଯୋଗ ହୋଇଛି । ଏଥିନେଇ ମାଲବଣୀ ପୋଲିସ ଏଜାଜ୍ ଖାନଙ୍କ ବିରୋଧରେ ମାମଲା ରୁଜୁ କରି ୧୫ ନଭେମ୍ବର ମଧ୍ୟ ରାତ୍ରିରେ ତାଙ୍କୁ ଗିରଫ କରିଥିଲା ।

ରବିବାର ଦିନ ଏଜାଜ୍ ଖାନଙ୍କୁ ବୋରୀବଲୀ କୋର୍ଟରେ ହାଜର କରାଯିବ ବୋଲି ଜଣା ପଡିଛି । ଏ ଘଟଣା ପୂର୍ବରୁ ଜଣେ ମଡେଲଙ୍କୁ ମଧ୍ୟ ଏଜାଜþ ଅଶ୍ଲୀଳ ମେସେଜ ପଠାଇବା ଅଭିଯୋଗ ହୋଇଥିଲା । ଅଭିନେତା ଏଜାଜ୍ ଖାନ ‘ବିଗ୍ ବସ୍’ ରୁ ଚର୍ଚ୍ଚାରେ ଆସିଥିଲେ । ବିଗ୍ ବସ୍ ପ୍ରତିଯୋଗୀ ଅଲ୍ଲୀଙ୍କ ସହ ମାରପିଟ କରିଥିବାରୁ ତାଙ୍କୁ ଘରୁ ବାହାରିବାକୁ ପଡିଥିଲା । ଏଜାଜ୍ ଖାନ କିଛି ହିନ୍ଦୀ ସିନେମା ସହ ସାଉଥ ସିନମାରେ ମଧ୍ୟ ଅଭିନୟ କରିଛନ୍ତି ।