ଭୁବନେଶ୍ୱର : ପ୍ରେମିକାଙ୍କ ଅଶ୍ଳୀଳ ଫଟୋ ହ୍ୱାଟ୍ସଅପରେ ଛାଡି ଅଭିନେତା ଅନୁପମ ପଣ୍ଡା ଗିରଫ

36

କନକ ବ୍ୟୁରୋ : ଫିଲ୍ମ ଅଭିନେତା ଅନୁପମ ପଣ୍ଡା ଗିରଫ । ଗର୍ଲଫ୍ରେଣ୍ଡଙ୍କୁ ଅଶ୍ଳୀଳ ଫଟୋ ହ୍ୱାଟ୍ସଅପରେ ଛାଡିବା ମହଙ୍ଗା ପଡିଛି ହିରୋଙ୍କୁ । ଅଭିଯୋଗ ଅନୁସାରେ ଅଭିନେତା ଅନୁପମ ଓରଫ ହାପି ଜଣେ ଯୁବତୀଙ୍କୁୁ ପ୍ରେମ କରୁଥିଲେ । ପୁର୍ବରୁ ବିବାହିତ ହାପି ବିଭିନ୍ନ ସମୟରେ ଯୁବତୀଙ୍କ ସହ ସଂପର୍କ ରଖିଥିଲେ । ହେଲେ ଯୁବତୀ ଜଣକ ମନା କରିବା ସତ୍ୱେ ମଧ୍ୟ ହାପି ତାଙ୍କ ପିଛା ଛାଡିନଥିଲେ ।

ଯାହାକୁ ନେଇ ଖାରବେଳ ନଗର ଥାନାରେ ଯୁବତୀ ଜଣକ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତିକରି ପୁଲିସ ହାପିକୁ ଗିରଫ କରିଛି । ଯୁବତୀଙ୍କ ପଛରେ ୧୦ ଲକ୍ଷରୁ ଅଧିକ ଟଙ୍କା ସେ ଖର୍ଚ୍ଚ କରିଛନ୍ତି, ଆଉ ସେ ମୋଟା ହୋଇଯିବାରୁ ତାଙ୍କୁ ଯୁବତୀ ଜଣକ ଛାଡି ଚାଲିଯାଇଥିବା ହାପି ଗଣମାଧ୍ୟମକୁ କହିଛନ୍ତି ।