ମୁମ୍ବାଇରେ ପ୍ରବଳ ବର୍ଷାରେ ଫସିଗଲା ଅନୁପମ ଖେରଙ୍କ କାର୍ !

38

ଲଗାଣ ବର୍ଷା ଯୋଗୁଁ ମୁମ୍ବାଇରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ସୋସିଆଲ ମିଡ଼ିଆରେ ଲୋକମାନେ ଏନେଇ ବିଭିନ୍ନ ଢ଼ଙ୍ଗରେ ଫଟୋମାନ ପୋଷ୍ଟ କରୁଛନ୍ତି । ବର୍ଷା ଯୋଗୁଁ କିପରି ଆପଣ ଅଘଟଣର ଶିକାର ହୋଇପାରନ୍ତି, ବଲିଉଡ଼୍ ଅଭିନେତା ଅନୁପମ ଖେର ଏକଥା ଟ୍ୱିଟର ଜରିଆରେ ଲୋକଙ୍କୁ ଜଣାଇଛନ୍ତି  ।

ଅନୁପମ ଖେର ନିଜର ଟ୍ୱିଟର ହ୍ୟାଣ୍ଡେଲରେ ଏକ ଭିଡ଼ିଓ ଶେୟାର କରିଛନ୍ତି । ବର୍ଷାକୁ ନେଇ ସେ ଟ୍ୱିଟର ମାଧ୍ୟମରେ ଲୋକମାନଙ୍କୁ ସଚେତନ କରିବା ପାଇଁ ଚେଷ୍ଟା କରିଛନ୍ତି । ସେ କିପରି ପୁରାପୁରି ଭାବେ ମୁମ୍ବାଇ ବର୍ଷାରେ ଫସି ଯାଇଥିଲେ ସେକଥା ଟ୍ୱିଟରରେ ଶେୟାର କରିଛିନ୍ତି । ନିଜେ ଅନେକ ଚେଷ୍ଟା କରି ପାଣିରୁ ମୁକୁଳି ପାରିନଥିଲେ ଅନୁପମ ଖେର୍ । ପରେ ନିରୁପାୟ ହୋଇ ସେ ଜଣେ ଜଣେ ବନ୍ଧୁକୁ ସାହାଯ୍ୟ ମାଗିଥିଲେ ।

ପରେ ତାଙ୍କ ବନ୍ଧୁୁ ଓ ବନ୍ଧୁଙ୍କ ଝିଅ ଆସି ଅନୁପମଙ୍କୁ ପାଣିରୁ ବାହାରିବା ପାଇଁ ସାହାଯ୍ୟ କରିଥିଲେ । ଅନୁପମ ଖେର ଯେଉଁ ଭିଡ଼ିଓ ଶେୟାର କରିଛନ୍ତି, ସେଥିରେ ସ୍ପଷ୍ଟ ରୂପରେ ନଜର ଆସୁଛି ତାଙ୍କ କାର୍ ପୁରା ପାଣିରେ ବୁଡ଼ି ଯାଇଛି । ଏପରି ସ୍ଥିତିରେ ଅନ୍ୟ ବଲିଉଡ଼ କଳାକାର ମାନେ ମଧ୍ୟ ଟ୍ୱିଟର ମାଧ୍ୟମରେ ଲୋକଙ୍କୁ ଘରେ ରହିବା ପାଇଁ ଅପିଲ କରିଛନ୍ତି । ସୋସିଆଲ ମିଡ଼ିଆରେ ମୁମ୍ବାଇ ରେନ ହାସଟ୍ୟାଗ ଟ୍ରେଣ୍ଡ କରୁଛି ।