ଅମିତାଭ ବଚ୍ଚନ ହେବେ ଜିଏସଟିର ବ୍ରାଣ୍ଡ୍ ଆମ୍ବାସାଡର୍ !

47

ଜୁଲାଇ ୧ରୁ ସାରା ଦେଶରେ କାର୍ଯ୍ୟକାରୀ ହେବାକୁ ଯାଉଥିବା ସାମଗ୍ରୀ ଏବଂ ସେବା ଟିକସ (ଜିଏସଟି)ର ପ୍ରଚାର ପାଇଁ କେନ୍ଦ୍ର ସରକାର ବଲିଉଡର ମେଗାଷ୍ଟାର ଅମିତାଭ ବଚ୍ଚନଙ୍କୁ ଚୟନ କରିଛନ୍ତି । ଅମିତାଭ ହେବେ ଜିଏସଟିର ବ୍ରାଣ୍ଡ୍ ଆମ୍ବାସାଡର୍ । ତେବେ ତାଙ୍କୁ ନେଇ ଏକ ୪୦ ସେକେଣ୍ଡର ଭିଡିଓ ସୁଟିଂ କରାଯାଇଛି । ତାହାକୁ ଏବେ ବିଭିନ୍ନ ସ୍ଥାନକୁ ପଠାଯାଉଛି ।

ଟୁଇଟରରେ ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଉକ୍ତ ଭିଡିଓକୁ ପୋଷ୍ଟ କରାଯାଇଛି । ତ୍ରିରଙ୍ଗା ପତାକାରେ ରହିଥିବା ତିନିଟି ରଙ୍ଗ ଭଳି ଜିଏସଟି ଏକ ଶକ୍ତି । ତେବେ ଗୋଟିଏ ରାଷ୍ଟ୍ର, ଗୋଟିଏ ଟିକସ୍ ଏବଂ ଗୋଟିଏ ବଜାର ସୃଷ୍ଟି କରିବା ପାଇଁ ଜିଏସଟି ଏକ ଅଭିଯାନ ବୋଲି ଅମିତାଭ ଉକ୍ତ ଭିଡିଓରେ କହୁଛନ୍ତି ।