ମାସେ ହେବ ଜେଲରେ ଅଛନ୍ତି ଏହି ପ୍ରସିଦ୍ଧ ଅଭିନେତାଙ୍କ ପତ୍ନୀ ! ମିଳୁନି ଜାମିନ୍, ଲାଗିଛି ସଙ୍ଗୀନ୍ ଅଭିଯୋଗ

62

ଠିକ୍ ନାହିଁ ଛୋଟ ପରଦାର ବଡ ଅଭିନେତା ଅମିତ୍ ଟଣ୍ଡନଙ୍କ ବ୍ୟକ୍ତିଗତ ଜୀବନ । କାରଣ ଅମିତଙ୍କ ପତ୍ନୀ ରୁବି ମାସେ ହେବ ଅଛନ୍ତି ଜେଲର କାଳକୋଠରୀରେ । ସୂଚନା ମୂତବକ, ଗତ ମାସରେ ଦୁବାଇ ଯାଇଥିଲେ ରୁବି । କିନ୍ତୁ ବୁଲିବାକୁ ଯାଇଥିବା ରୁବି ପହଂଚିଯାଇଛନ୍ତି ଜେଲ ଭିତରେ । କାରଣ ରୁବିଙ୍କ ବିରୋଧରେ ଲାଗିଛି ଖରାପ ବ୍ୟବହାର ସହ ଧମକ ଦେବା ଭଳି ଅଭିଯୋଗ । ତେବେ ଜାମିନ୍ ପାଇଁ ଆବେଦନ କରିଥିଲେ ମଧ୍ୟ ଏହାକୁ ଖାରଜ କରିଦିଆଯାଇଛି ।

ସେପଟେ ଅମିତ୍ ମଧ୍ୟ ପ୍ରାଣପ୍ରଣେ ଚେଷ୍ଟା କରୁଛନ୍ତି ରୁବିଙ୍କୁ ଭାରତ ଫେରାଇଆଣିବାକୁ । ତେବେ ଅମିତଙ୍କ ଅଭିଯୋଗ ଯେ ରୁବିଙ୍କୁ ଫସାଯାଇଛି । କାରଣ ଅନେକ ଲୋକ ତାଙ୍କ ସଫଳତାକୁ ଇର୍ଷା କରୁଛନ୍ତି । ରୁବି ଜଣେ ଡାକ୍ତର ଏବଂ ମୌନୀ ରୟ, ବିକ୍ରମ ଭଟ୍ଟ ଏବଂ ସଞ୍ଜୀଦା ଶେଖ୍ ଭଳି ବଡ ବଡ ଷ୍ଟାର୍ ତାଙ୍କର କ୍ଲାଏଣ୍ଟ ।

ତେବେ କିଛି ଦିନ ତଳେ ଅମିତ୍ ଏବଂ ରୁବି ଚର୍ଚ୍ଚାରେ ଥିଲେ । କାରଣ ଉଭୟଙ୍କ ବୈବାହିକ ଜୀବନ ଠିକ୍ ନାହିଁ ଏବଂ ଖୁବ୍ ଶୀଘ୍ର ଅଲଗା ହୋଇପାରନ୍ତି ବୋଲି ଶୁଣିବାକୁ ମିଳିଥିଲା । ଏପରିକି ଉଭୟ ଅଲଗା ଅଲଗା ରହୁଛନ୍ତି ବୋଲି ମଧ୍ୟ ଖବର ଥିଲା । ତେବେ ଏସବୁକୁ ପଛ କରି ପତ୍ନୀ ରୁବି ଫେରାଇଆଣିବାକୁ ଯଥାସମ୍ଭବ ଚେଷ୍ଟା କରୁଛନ୍ତି ଅମିତ୍ ।