ମହଙ୍ଗା ପଡିଲା ପଡୋଶୀଙ୍କୁ ଆକ୍ରମଣ : ୧ ବର୍ଷ ପାଇଁ ଜେଲ୍ ଯିବେ ଅଭିନେତା ଆଦିତ୍ୟ ପାଞ୍ଚୋଲୀ

34

ଜେଲ୍ ଯିବେ ବଲିଉଡ୍ ଅଭିନେତା ଆଦିତ୍ୟ ପାଞ୍ଚୋଲୀ । ପଡୋଶୀକୁ ଆକ୍ରମଣ କରିଥିବା ଅଭିଯୋଗରେ ଦୋଷୀ ସାବସ୍ତ୍ୟ କରି ୧ବର୍ଷର ଜେଲ୍ ଦଣ୍ଡ ଶୁଣାଇଛନ୍ତି ମୁମ୍ବାଇର ଅନ୍ଧେରୀ ଅଦାଲତ । ଏହା ସହ ୨୦ ହଜାର ଟଙ୍କା ଜରିମାନା ମଧ୍ୟ ଦେବା ପାଇଁ କହିଛନ୍ତି କୋର୍ଟ ।

ସୂଚନା ଅନୁସାରେ, ୨୦୦୫ରେ ଆଦିତ୍ୟଙ୍କ ବିରୋଧରେ ତାଙ୍କ ପଡୋଶୀ ମାମଲା ରୁଜୁ କରିଥିଲେ । ସେ ଅଭିଯୋଗ କରିଥିଲେ କି ଆଦିତ୍ୟଙ୍କ ଆକ୍ରମଣ ଯୋଗୁଁ ସେ ଗୁରୁତର ଆହତ ହୋଇଥିଲେ । ଶରୀର ବିଭିନ୍ନ ସ୍ଥାନରେ ଗଭୀର ଆଘାତ ଲାଗିବା ସହ ନାକ ଫାଟି ରକ୍ତ ମଧ୍ୟ ବାହାରିଥିଲା । ସେପଟେ ଆଦିତ୍ୟଙ୍କ ଓକିଲ ବେଲ୍ ପାଇଁ ଆବେଦନ କରିଛନ୍ତି । ତେବେ ଆଦିତ୍ୟଙ୍କ ବିରୋଧରେ ଏହା ପ୍ରଥମ ଅଭିଯୋଗ ନୁହେଁ । ବିଭିନ୍ନ ସ୍ଥାନରେ ବିଭିନ୍ନ ସମୟରେ ନିଜର ଦାଦାଗିରି ଦେଖାଇ ଚର୍ଚ୍ଚାରେ ଥାନ୍ତି ଆଦିତ୍ୟ ପାଞ୍ଚୋଲୀ ।