ଅରାଧ୍ୟାଙ୍କ ପାଠପଢ଼ା ନେଇ ନୀଳ ନୟନାଙ୍କ ଦାୟିତ୍ୱବୋଧ ଉପରେ ଉଠିଲା ପ୍ରଶ୍ନ ! ବିରକ୍ତ ହେଲେ ଅଭିଷେକ ବଚ୍ଚନ, ଦେଲେ କଡ଼ା ଜବାବ୍

70

ସୋସିଆଲ ମିଡ଼ିଆରେ ସେଲିବ୍ରିଟିଙ୍କୁ ଟ୍ରୋନ କରିବା ଆଜିକାଲି ଖୁବ୍ ସାଧାରଣ କଥା ହୋଇଗଲାଣି । ନିକଟରେ ଏପରି କିଛି ହୋଇଛି ଜୁନିୟର ବଚ୍ଚନଙ୍କ ସହ । କିନ୍ତୁ  ଉଚିତ୍ ଜବାବ ଦେଇ ଟ୍ରୋଲରଙ୍କ ମୁହଁ ବନ୍ଦ କରିଦେଇଛନ୍ତି ଅଭିଷେକ ବଚ୍ଚନ । ବି-ଟାଉନର ନୀଳ ନୟନା ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଝିଅ ଆରାଧ୍ୟାଙ୍କ ସହ ମାଙ୍ଗାଲୋରରେ ଏକ ବିବାହ ଉତ୍ସବରେ ଉପସ୍ଥିତ ଥିଲେ । ଯାହା ଐଶଙ୍କ ସଂପର୍କୀୟ ଭାଇର ବିବାହ ଉତ୍ସବ ଥିଲା । ସୋସିଆଲ ସାଇଟରେ ଜନୈକ ପ୍ରଶଂସକ ଐଶ ଓ ଆରାଧ୍ୟାଙ୍କ ଫୋଟକୁ ଅପଲୋଡ କରିଥିଲେ ।

ଫଟୋଟିରେ ମୁମ୍ବାଇର ଏକ ମହିଳା ଉଲ୍ଲେଖ କରିଥିଲେ, ସିନେ ତାରକାମାନେ ତାଙ୍କ ପିଲାଙ୍କ ପାଠପଢାକୁ ନେଇ କେତେ ଯତ୍ନବାନ ? ଆରାଧ୍ୟା ସବୁବେଳେ ମା’ ଐଶଙ୍କ ସହ ବୁଲୁଛନ୍ତି । ତେବେ ବିଦ୍ୟାଳୟ ନଯାଇ ସେ କ’ଣ କେବଳ ଉତ୍ସବରେ ସାମିଲ ହେଉଛନ୍ତି ? ମହିଳାଙ୍କ ଏଭଳି ମନ୍ତବ୍ୟରେ ଅଭିଷେକ ବଚ୍ଚନ ଖୁବ ବିରକ୍ତି ପ୍ରକାଶ କରିଥିଲେ । ତୁରନ୍ତ ଉତ୍ତର ଦେଇଥିଲେ ଯେ ମ୍ୟାଡାମ ଆପଣ ବୋଧହୁଏ ଭୁଲିଯାଉଛନ୍ତି ଯେ ସପ୍ତାହାର ଶନିବାର-ରବିବାର ବିଦ୍ୟାଳୟ ଛୁଟି ରହେ । ଆରାଧ୍ୟାର ପାଠପଢାକୁ ନେଇ ଐଶ ଖୁବ ଯତ୍ନବାନ । ବଚ୍ଚନ ପରିବାର ଐଶଙ୍କ ସପକ୍ଷରେ ଛିଡା ହୋଇ ବିଗ୍ ବି ଅଭିତାଭ ବଚ୍ଚନ କହିଛନ୍ତି, ଆରାଧ୍ୟାର ବିଦ୍ୟାୟଳ ଛୁଟି ହେଲେ ହିଁ ଐଶ୍ୱର୍ଯ୍ୟା କେଉଁଠାକୁ ଯିବାକୁ ସ୍ଥିର କରନ୍ତି । ଏଣୁ ପରିସ୍ଥିତିକୁ ନ ବୁଝି ଏଭଳି ମନ୍ତବ୍ୟ ନ ଦେବାକୁ ବିଗ୍ ବି ପ୍ରଶଂସକଙ୍କୁ ଅନୁରୋଧ କରିଛନ୍ତି ।