ଉଦ୍ଧତ ପୋଲିସ କର୍ମୀଙ୍କୁ ଶିଷ୍ଟାଚାର ଶିଖାଇଲେ ଏସପି । ବିଧାୟକଙ୍କୁ ନମସ୍କାର କଲେନି ବୋଲି ଦେଲେ ଦଣ୍ଡ ।

2,085

ବିଜନୌର୍ ଜନପଦ ଏସପି ସଂଜୀବ ତ୍ୟାଗୀ ଚାନ୍ଦପୁର ଥାନାରେ କାର୍ଯ୍ୟରତ ଥିବା ୨ ଜଣ ପୋଲିସ୍ ଅଫିସରଙ୍କୁ ଦଣ୍ଡ ଦେଇଛନ୍ତି । ବିଧାୟକଙ୍କୁ ନମସ୍କାର କଲେ ନାହିଁ ବୋଲି ଦୁଇ ପୋଲିସ କର୍ମଚାରୀଙ୍କୁ ଲାଇନରେ ହାଜର୍ କରିଛନ୍ତି । ସେ ଜିଲ୍ଲା ପୋଲିସ୍ ଙ୍କୁ ଜନପ୍ରତିନିଧିଙ୍କୁ ସମ୍ମାନ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତିି ।

 

ଚାନ୍ଦପୁର ଥାନାରେ କାର୍ଯ୍ୟରତ ଥିବା ଗଜେନ୍ଦ୍ର ସିଂହ ତଥା ଜୟବୀର୍ ମାନ ଏକ କାର୍ଯ୍ୟକ୍ରମରେ ଚାନ୍ଦପୁର ବିଧାୟକ କମଲେଶ୍ ଙ୍କୁ ଦେଖି ମଧ୍ୟ ଚଉକିରେ ବସି ରହିଥିଲେ ଏବଂ ନମସ୍କାର କରିନଥିଲେ । ଯାହାର ଅଭିଯୋଗ ଏସପିଙ୍କୁ ପରେ କରାଗଲା । ଏସପିଙ୍କ କାନରେ ଏହି ଖବର ପଡିବା କ୍ଷଣି ସେ ଦୁଇ ପୋଲିସକର୍ମୀଙ୍କୁ ଲାଇନ୍ ହାଜର୍ କରିଦେଲେ । ଜିଲ୍ଲା ପୋଲିସକୁ ଏସପି ନିର୍ଦ୍ଦେଶ ଦେଇଛନ୍ତି ଯେ ଜିଲ୍ଲାର ଜନପ୍ରତିନିଧିଙ୍କ ପ୍ରତି ବ୍ୟବହାର ଠିକ୍ ହେବା ଦରକାର । ଯେଉଁ ସମସ୍ୟା ବିଷୟରେ ସେ କହୁଛନ୍ତି ତାଙ୍କ କଥାକୁ ଭଲଭାବରେ ଶୁଣିବା ସହ ଏହାର ସମାଧାନ ମଧ୍ୟ କରନ୍ତୁ । ଦୁର୍ବ୍ୟବହାର ନ କରିବା ସହ ସଂଯମିତ ଭାଷାର ପ୍ରୟୋଗ କରନ୍ତୁ । ଏଭଳି ଘଟଣା ପୁନର୍ବାର ଘଟିଲେ ସସପେଣ୍ଡ କରିବାକୁ ମଧ୍ୟ ଏସପି କହିଥିଲେ ।