ସାବଧାନ୍ ବିଦ୍ୟୁତ୍ ଚୋର । ବିଦ୍ୟୁତ୍ ଚୋରି ରୋକିବାକୁ ସେସୁର ମାଷ୍ଟର ପ୍ଲାନ୍, ବିଦ୍ୟୁତ୍ ଚୋରି ସଂକ୍ରାନ୍ତରେ ଖବର ଦେଲେ ନାଁ ଗୋପନ ରଖି ମିଳିବ ପୁରସ୍କାର

1,358

କନକ ବ୍ୟୁରୋ: ବିଦ୍ୟୁତ୍ ଚୋରି ରୋକିବାକୁ ବଡ଼ ପଦକ୍ଷେପ । ଅଣ୍ଟା ଭିଡ଼ିଲା ସେସୁ, ବିଜୁଳି ଚୋରି ବିଷୟରେ ସଂକ୍ରାନ୍ତରେ ଖବର ଦେଲେ ନାମ ଗୋପନ ରଖି ପୁରସ୍କାର ଦେବେ ସେସୁ କର୍ତ୍ତୁପକ୍ଷ । ଏପରିକି ଖବରଦାତାଙ୍କୁ ଆଦାୟ ଜରିମାନାର ୧୦ ପ୍ରତିଶତ ଅର୍ଥ ପୁରସ୍କାର ଭାବେ ପ୍ରଦାନ କରାଯିବ ବୋଲି ସମୀକ୍ଷା ବୈଠକ ପରେ କହିଛନ୍ତି ସେସୁର ସିଇଓ ଅରୁଣ ବୋଥ୍ରା ।

ସେପଟେ ଆସନ୍ତା ୨ରୁ ୩ମାସ ୩ ମାସ ଭିତରେ ସେସୁ ଅଞ୍ଚଳ ଗୁଡ଼ିକରେ ଜୋରଦାର ଚଢ଼ାଉ ହେବ । ବିଜୁଳି ବିଲ୍ ଆଦାୟ ଓ ମିଟର ରିଡିଂ କରିବେ ଏସଏଚଜି ମହିଳା ବୋଲି ସମୀକ୍ଷାରେ ନିଷ୍ପତି ହୋଇଛି । ସେହିଭଳି ଗାଁରେ ସେସୁର ନେଟୱାର୍କ ବଢ଼ାଇବାକୁ ଉଦ୍ୟମ ଆରମ୍ଭ ହୋଇଛି । ତେବେ ସୋସିଆଲ ମିଡ଼ିଆର ଯୁଗ ହୋଇଥିବାରୁ ଯଦି କୌଣସି ବିଦ୍ୟୁତ୍ ଚୋରୀ ସଂକ୍ରାନ୍ତରେ ଖବରଦାତା ଜଣାନ୍ତି ତାଙ୍କ ନାମ ଗୋପନ ରଖି ପୁରସ୍କୃତ କରାଯିବ ବୋଲି କହିଛନ୍ତି ବୋଥ୍ରା ।

cesu power cut, cuutack, puri, dhenkanalତେବେ ସବୁଠାରୁ ବଡ଼କଥା ହେଲା କି, ରାଜ୍ୟରେ ବିଜୁଳି ସମସ୍ୟାର ସମାଧାନ ପାଇଁ ସ୍ୱତନ୍ତ୍ର ଆକ୍ସନ ପ୍ଲାନ୍ ପ୍ରସ୍ତୁତ କରିଛନ୍ତି । ଏପରିକି ବର୍ତ୍ତମାନ ସେସୁର ୩୦% ଟ୍ରାନସମିଶନ କ୍ଷତି ହେଉଛି । ଯାହାକୁ ରୋକି ଅବହେଳିତ ସ୍ଥାନ ବା ବିଦ୍ୟୁତ୍ ପାଉନଥିବା ଜାଗାରେ ବିଦ୍ୟୁତ୍ ପହଁଚା ଯାଇପାରିବ ଏବଂ ବିଦ୍ୟୁତ୍ ଚୋରୀକୁ ରୋକା ଯାଇପାରିବ ।