ରାଜଧାନୀରେ ବିଏମସି କମିଶନରଙ୍କ ଷ୍ଟ୍ରିଟ୍ ଅପରେସନ । ଅଚାନକ କଳ୍ପନା ଛକରୁ ରବି ଟକିଜ୍ ଅଂଚଳ ବୁଲି ଆବର୍ଜନାର କଲେ ତଦାରଖ

ରାସ୍ତା ଅବରୋଧ ଓ ଆବର୍ଜନା ତୁରନ୍ତ ହଟାଇବାକୁ ଦେଲେ ନିର୍ଦ୍ଦେଶ

275

କନକ ବ୍ୟୁରୋ: ବିଏମସି କମିଶନରଙ୍କ ଷ୍ଟ୍ରିଟ୍ ଅପରେସନ । ଅଚାନକ ଆରମ୍ଭ କଲେ ଆବର୍ଜନା ଯାଂଚ । ରାଜଧାନୀ ରାସ୍ତାରେ ପରିମଳ ବ୍ୟବସ୍ଥାର ସ୍ଥିତି ଅନୁଧ୍ୟାନ କରିଛନ୍ତି ଭୁବନେଶ୍ୱର ମହାନଗର ନିଗମ କମିଶନର । କଳ୍ପନା ଛକରୁ ରବି ଟକିଜ୍ ଅଂଚଳ ବୁଲି ନିଜେ ଆବର୍ଜନାର ତଦାରଖ କରିଛନ୍ତି ବିଏମସି କମିଶନର ପ୍ରେମ ଚନ୍ଦ୍ର ଚୌଧୁରୀ । ବେଆଇନ ଭାବେ ରାସ୍ତା ଅବରୋଧ କରିଥିବା ବ୍ୟବସାୟୀଙ୍କୁ ହଟାଇବା ସହ ରାସ୍ତା କଡରେ ପଡିଥିବା ଆବର୍ଜନା ତୁରନ୍ତ ସଫା କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି ।

ଉଲ୍ଲେଖ ଥାଉ କି, କିଛିଦିନ ତଳେ ମୁଁ ସଫେଇବାଲା କାର୍ଯ୍ୟକ୍ରମ ଜରିଆରେ ଆକସନ ମୁଡରେ ଆସି ପୁରୁଣା ଭୁବନେଶ୍ୱର ଅଂଚଳରେ ଜଣେ ବ୍ୟବସାୟୀ ଦୋକାନ ବାହାରେ ରାସ୍ତାରେ ଅଳିଆ ପକାଇବାରୁ , ସେହି ଅଳିଆକୁ ତାଙ୍କ ଘର ଭିତରକୁ ଫୋପାଡି ଦେଇଥିଲେ ବିଏମସିର କର୍ମଚାରୀ । ନୂଆକରି ତିଆରି ହୋଇଥିବା ଏହି ଦୋକାନ ଘରକୁ ସବୁ ଅଳିଆକୁ ବିଏମସି କମିଶନରଙ୍କ ନିର୍ଦ୍ଦେଶରେ ଫୋପାଡି ଦେଇଥିଲେ ବିଏମସି ଅଧିକାରୀ ।

ଏକାମ୍ର କ୍ଷେତ୍ରରେ ସଫେଇ କରିବା ସହ ଜବରଦଖଲ ଉଚ୍ଛେଦ ଓ ପ୍ଲାଷ୍ଟିକ ଜବତ କରିଥିଲେ କମିଶନର । ଲିଙ୍ଗରାଜ ମନ୍ଦିରରୁ ମାଉସୀମା ଛକ- ୨କିଲୋମିଟର ଚାଲି ଚାଲି ରାସ୍ତା ଉପରେ ଘରୋଇ ଉପକରଣ ଅଳିଆ ଆବର୍ଜନା ନେଇ ତାଗିଦ କରିବା ସହ ରାସ୍ତାକୁ ଅବରୋଧ ମୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ କମିଶନର ।