ମୟୁରଭଞ୍ଜ : ସାରସକଣା ଝାରପୋଖରିଆର ନବ ନିର୍ବାଚିତ ସରପଂଚ ହାଡିବନ୍ଧୁଙ୍କୁ ଏସିଡ୍ ମାଡ

36

କନକ ବ୍ୟୁରୋ : ସରପଂଚଙ୍କୁ ଏସିଡ୍ ମାଡ । ନବ ନିର୍ବାଚିତ ସରପଂଚଙ୍କୁ ଏସିଡ୍ ମାଡ ହୋଇଛି । ମୟୁରଭଞ୍ଜ ଜିଲ୍ଲାର ସାରସକଣା ଝାରପୋଖରିଆର ସରପଂଚ ହାଡିବନ୍ଧୁଙ୍କୁ ଏସିଡ୍ ମାଡ ହୋଇଛି। ହାଡିବନ୍ଧୁ ଘରେ ଶୋଇଥିବାବେଳେ ଏସିଡ୍ ମାଡ ହୋଇଥିବା ସୂଚନା ମିଳିଛି ।

ଆହତ ହାଡିବନ୍ଧୁଙ୍କୁ ଚିକିତ୍ସା ପାଇଁ ବାରିପଦା ମେଡିକାଲରେ ଭର୍ତ୍ତି କରାଯାଇଛି । ହାଡିବଂଧୁଙ୍କ ମୁହଁକୁ ଏସିଡ୍ ଫିଙ୍ଗ ଦୁର୍ବୃତ୍ତ ଫେରାର ହୋଇଯାଇଥିବା ସୂଚନା ମିଳିଛି । ରାଜନୈତିକ ଶତ୍ରୁତାରୁ ଆକ୍ରମଣ ହୋଇଥିବା ସନ୍ଦେହ କରାଯାଉଛି ।