ଘରେ ପଶି ନାବାଳିକାଙ୍କୁ ଏସିଡ୍ ମାଡ ଘଟଣା : ଆଉ ଜଣେ ଅଭିଯୁକ୍ତ ଗିରଫ

23

acid attack -love or revenge-ganjam-ଗଂଜାମ : ଗଂଜାମ ଜିଲ୍ଲା ଗାଙ୍ଗପୁରରେ ନାବାଳିକାଙ୍କୁ ଏସିଡ୍ ମାଡ ଘଟଣାରେ ଆଉ ଜଣେ ଅଭିଯୁକ୍ତ ଗିରଫ ହୋଇଛି । ଗିରଫ ଅଭିଯୁକ୍ତର ନା ତୋଫାନ ସାହୁ । ଗତକାଲି ଗିରଫ ହୋଇଥିବା ମୁଖ୍ୟ ଅଭିଯୁକ୍ତ ଲିପୁନ ବିଷୋୟାର ସେ ମୁଖ୍ୟ ସହଯୋଗୀ । ଏବେ ବି ଘଟଣାରେ ୨ ଅଭିଯୁକ୍ତ ଫେରାର ଅଛନ୍ତି ।

ଶନିବାର ରାତିରେ ୪ ଜଣ ଯୁବକ ନାବାଳିକାଙ୍କ ଘରେ ପହଁଚିଥିଲେ । ୨ ଜଣ ଘର ବାହାରେ ଜଗି ରହିଥିବାବେଳେ ଆଉ ଦୁଇ ଜଣ ଘର କବାଟ ଭାଂଗି ଭିତରକୁ ପଶିଲେ । ଆଉ କିଛି ଭାବିବା ପୂର୍ବରୁ ହାତରେ ଧରିଥିବା ଏସିଡକୁ ନାବାଳିକାଙ୍କ ଉପରକୁ ଫୋପାଡିଥିଲେ ।

ଏନେଇ ଅଭିଯୋଗ ପରେ ପୋଲିସ ନାବାଳିକାଙ୍କ ଘରେ ଏବଂ ହସପିଟାଲରେ ତଦନ୍ତ ଆରମ୍ଭ କରିଥିଲା । କିନ୍ତୁ କାହିଁକି ଏମାନେ ନାବାଳିକାଙ୍କୁ ଏସିଡ ମାଡ କଲେ ତାହା ଅନ୍ଧାରରେ ରହିଛି । ପାରିବାରିକ କଳହ କିମ୍ବା ପ୍ରେମ ବ୍ୟାପାର ସେନେଇ ପୋଲିସ ତାର ଅନୁସନ୍ଧାନ ଚଳାଇଛି।