ପ୍ରକୃତ ଭଲ ପାଇବା ଚେହେରାର ସୁନ୍ଦରତା ଦେଖେନି । କୁହାଯାଏ ପ୍ରେମ ଶାସ୍ୱତ । ପ୍ରେମରେ ନଥାଏ ଆବିଳତା । ଅନାବିଳ ପ୍ରେମ ହିଁ ଜନ୍ମଜନ୍ମାନ୍ତର ପର୍ଯ୍ୟନ୍ତ ରହେ । ଆଜିକାଲିକା ପ୍ରେମ କଥା ସମସ୍ତେ ଜାଣନ୍ତି । ଲୋକଙ୍କୁ ପ୍ରଥମ ଦେଖାରେ ହିଁ ପ୍ରେମ ହୋଇଯାଏ । ଆଉ ଏପରି ପ୍ରେମ ବେଶୀ ଦିନ ତିଷ୍ଠି ପାରେ ନାହିଁ । ଦେଖାଚାହାଁରୁ ପ୍ରେମ ଆରମ୍ଭ ହୋଇ ଦୈହିକ ମିଳନରେ ଶେଷ ହୋଇଯାଏ ଆଜିକାଲିର ପ୍ରେମ । ସମସ୍ତେ ଚାହାନ୍ତି ନିଜର ପ୍ରେମୀ/ପ୍ରେମିକା ବହୁତ ସୁନ୍ଦର ହୋଇଥାଏଉ । କିନ୍ତୁ ଥରେ ଚିନ୍ତା କରନ୍ତୁ ତ ଚେହରାର ସୁନ୍ଦରତା କ’ଣ ପ୍ରକୃତ ପ୍ରେମର ମାପକାଠି । ଏପରି ପ୍ରେମ ବେଶୀ ଦିନ ରହେନି । ଅଧାରେ ଭାଙ୍ଗିଯାଏ । କାରଣ ଚେହେରାର ସୁନ୍ଦରତା ଓ ଯୌବନ ଚିରସ୍ଥାୟୀ ନୁହେଁ । ପ୍ରେମ ଶରୀରରୁ ହୁଏନି ଆତ୍ମା ସହ ହୁଏ । ତେବେ ଏହି କଥା ଆପଣଙ୍କୁ ବହୁତ ଫିଲ୍ମି ଲାଗିପାରେ ।

ଏକଥାକୁ ସତ କରିଛି ସରୋଜ ସାହୁ ଓ ପ୍ରମୋଦୀନଙ୍କ ରାଉଳଙ୍କ ପ୍ରକୃତ ଭଲପାଇବା । ତାଙ୍କର ଭଲ ପାଇବା ପ୍ରକୃତ ପ୍ରେମର ଏକ ଜୀବନ୍ତ ଉଦାହରଣ । ପ୍ରମୋଦିନୀ ମାତ୍ର ୧୫ ବର୍ଷ ବୟସର ଥିବା ବେଳ ତାଙ୍କୁ ଅର୍ଦ୍ଧ ସୈନିକ ବଳର ଜଣେ ସୈନିକ ବିବାହ ପାଇଁ ପ୍ରସ୍ତାବ ଦେଇଥିଲେ । କିନ୍ତୁ ପ୍ରମୋଦିନୀ ଏହି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଦେଇଥିଲେ । ଏଥିରେ ଉତକ୍ଷିପ୍ତ ହୋଇ ଉକ୍ତ ବ୍ୟକ୍ତି ଜଣକ ପ୍ରମୋଦିନୀଙ୍କ ମୁହଁରେ ଏସିଡ଼୍ ପକାଇଦେଇଥିଲେ । ଏହି ଦୁର୍ଘଟଣାରେ ପ୍ରମୋଦିନୀ ତାଙ୍କ ଦୁଇ ଆଖି ହରାଇଥିଲେ ଏବଂ ତାଙ୍କର ଚେହେରା ସମ୍ପୂର୍ଣ୍ଣ ଭାବରେ ପୋଡ଼ି ଯାଇଥିଲା । ଏହି ଦୁର୍ଘଟଣା ପରେ ପ୍ରମୋଦିନୀ ପୁରାପୁରି ଭାଙ୍ଗିପଡ଼ିଥିଲେ । ଅଧିକ ସମୟ ମେଡ଼ିକାଲରେ ହିଁ ବିତୁଥିଲା । ଏପରିସ୍ଥଳେ ସେ କେବଳ ଚିନ୍ତା କରି ନଥିବେ କି ତାଙ୍କ ଜୀବନରେ କେବେ ଭଲପାଇବା ଆସିବ କିମ୍ବା ତାଙ୍କୁ କେହି ଭଲ ପାଇବ ।

ଏକଥା ଆମେ କହୁନୁ । ଲୋକଙ୍କ ମାନସିକତା ହିଁ ଏପରି । ପ୍ରମୋଦିନୀଙ୍କ ଚେହରାର ସର୍ଜରୀ ପାଇଁ ଡାକ୍ତରମାନେ ତାଙ୍କ ଗୋଡ଼ର ମାଂସର ବ୍ୟବହାର କରୁଥିଲେ । ଥରେ ତାଙ୍କ ଅଧା ଚିକିତ୍ସା ପରେ ହିଁ ଡିସଚାର୍ଜ କରିଦିଆଯାଇଥିଲା । ଯାହାଦ୍ୱାହା ତାଙ୍କ ପାଦରେ ସଂକ୍ରମଣ ହୋଇଯାଇଥିଲା । ପାଦର ଚିକିତ୍ସା ପାଇଁ ପୁଣି ଆଉ ଥରେ ତାଙ୍କୁ ମେଡ଼ିକାଲକୁ ଆସିଥିଲେ । ଆଉ ସେହି ମସୟରେ ତାଙ୍କର ଦେଖା ହୋଇଥିଲା । ସରୋଜ ମେଡ଼ିକାଲରେ ଜଣେ ନର୍ସଙ୍କ ବନ୍ଧୁ । ଡାକ୍ତର ପ୍ରମୋଦିନୀଙ୍କ ମା’ଙ୍କୁ କହିଲେ ସଂକ୍ରମଣ ଏତେ ବଢ଼ିଯାଇଥିଲା ଯେ ତାଙ୍କୁ ଚଲାବୁଲା କରିବା ପାଇଁ ୪ ବର୍ଷ ସମୟ ଲାଗିବ । ଏହାଶୁଣି ପ୍ରମୋଦିନୀଙ୍କ ମା’ ପୁରାପୁରି ଭାଙ୍ଗିପଡ଼ିଥିଲେ । ସେ ବିକଳରେ କାନ୍ଦିବା ପାଇଁ ଲାଗିଲେ । ଏକଥା ଦେଖି ସରୋଜ ତାଙ୍କ ଆଡ଼କୁ ସାହାଯ୍ୟର ହାତ ବଢ଼ାଇଥିଲେ ।

ପ୍ରଥମେ ପ୍ରଥମେ ସରୋଜ ଓ ପ୍ରମୋଦିନୀ ଜଣେ ଜଣଙ୍କ ସହ କଥା ହେଉନଥିଲେ । ସରୋଜ ପ୍ରତିଦିନ ମେଡ଼ିକାଲକୁ ଯାଇ ପ୍ରମୋଦିନୀଙ୍କୁ ଚାଲିବା ପାଇଁ ଉତ୍ସାହିତ କରୁଥିଲେ । ଦିନ ଆସିଲା ପ୍ରମୋଦିନୀଙ୍କ ଦେଖାଶୁଣା ପାଇଁ ସରୋଜ ଚାକରୀ ଛାଡ଼ିଦେଲେ । ଏବଂ ଦିନକ ଆଠ ଘଂଟା ପ୍ରମୋଦିନୀଙ୍କ ସେବାରେ କରିବାରେ ଲାଗିଲେ । ଉଭୟ ଉଭୟଙ୍କ ସହ ଏତେ ସମୟ ବିତାଇବା ପରେ ଦୁହେଁ ଦୁହିଁଙ୍କ ଆଡ଼କୁ ଆକର୍ଷିତ ହୋଇଥିଲେ । କିନ୍ତୁ ପ୍ରମୋଦିନୀ ନିଜର ଅବସ୍ଥାକୁ ଦେଖି ଏହି ସମ୍ପର୍କକୁ ନେଇ ଚିନ୍ତାରେ ଥିଲେ । ତାଙ୍କ ମନରେ ବିଭିନ୍ନ କଥା ଆସୁଥିଲା । ସେ ଭାବୁଥିଲେ ସରୋଜ ତାଙ୍କୁ କ’ଣ ଗ୍ରହଣ କରିବେ କି ନାହିଁ । ଏପରି ଅନେକ ପ୍ରଶ୍ନ ତାଙ୍କ ମନରେ ଉଙ୍କି ମାରୁଥିଲା । କିନ୍ତୁ ସରୋଜ ଯେତେବେଳେ ତାଙ୍କୁ ବିବାହ କରିବା ପାଇଁ ପ୍ରସ୍ତାବ ଦେଇଥିଲେ ସେ ବିଲକୁଲ ବିଶ୍ୱାସ କରିପାରିନଥିଲେ ।

ସରୋଜ ଓ ପ୍ରମୋଦିନୀ ବିଗତ ଏକ ବର୍ଷ ଧରି ଏକାଠି ରହୁଛନ୍ତି । ଖୁବ ଶୀଘ୍ର ବିବାହ କରିବା ପାଇଁ ମଧ୍ୟ ଯୋଜନା ରହିଛି । ପ୍ରମୋଦନିୀ କହିଛନ୍ତି ସରୋଜ ତାଙ୍କୁ ରାଣୀ ପରି ରଖିଛନ୍ତି । ସେ ଯେପରି ତାଙ୍କୁ ସେହିପରି ହିଁ ଭଲ ପାଉଛନ୍ତି । ସରୋଜ ସବୁବେଳେ ପ୍ରମୋଦିନୀଙ୍କୁ ଖୁସିରେ ରହିବ ଜୀବନ ଜିଇଁବା ପାଇଁ ଉତ୍ସାହିତ କରନ୍ତି । ପ୍ରମୋଦିନୀଙ୍କ ଆଉ କିଛି ଅସ୍ତ୍ରୋପଚାର ବାକି ଅଛି । ଅ ସ୍ତ୍ରୋପଚାର ଶେଷ ହେବା ପରେ ଭୟୟେ ବିବାହ ବନ୍ଧନରେ ବାନ୍ଧି ହେବେ । ତେବେ ସବୁଠାରୁ ଦୁଃଖର କଥା ହେଲା ପ୍ରମମୋଦିନୀଙ୍କୁ ଅକାମ୍ରଣ କରିଥିବା ଦୋଷୀ ଏବେ ବି ଖୋଲାରେ ବୁଲୁି । ତେବେ ସରୋଜ ଓ ପ୍ରମୋଦିନୀଙ୍କ ପ୍ରେମ ପ୍ରମାଣିତ କରିଛି ପ୍ରକୃତ ପ୍ରେମ, ମୁହଁର ସୌନ୍ଦର୍ଯ୍ୟ କିମ୍ବା ଦୈହିକ ମିଳନରେ ଆବଦ୍ଧ ନୁହେଁ ।