ଯୁବକଙ୍କ ଉପରେ ଏସିଡ୍ ଫିଙ୍ଗିଲେ ଯୁବତୀ, ବିବାହ ପାଇଁ କରିଥିଲେ ମନା

ନିଜ ପ୍ରେମୀ ଉପରେ ଏସିଡ୍ ଆକ୍ରମଣ କରିଥିଲେ ଯୁବତୀ

197

ଏପର୍ଯ୍ୟନ୍ତ ଆପଣ ପୁଅଙ୍କ ଦ୍ୱାରା ଝିଅଙ୍କ ଉପରେ ଏସିଡ୍ ଆକ୍ରମଣର ଘଟଣା ଶୁଣିଥିବେ । କିନ୍ତୁ ୟୁପିର ସୁଲତାନପୁରରେ ଅନ୍ୟ ଏକ ମାମଲା ସାମନାକୁ ଆସିଛି । ଏଠି ପୁଲିସ୍ ଏମିତି ଏକ ଯୁବତୀଙ୍କୁ ଗିରଫ କରିଛନ୍ତି, ଯିଏ ନିଜ ପ୍ରେମୀ ଉପରେ ଏସିଡ୍ ଆକ୍ରମଣ କରିଥିଲେ । କାରଣ କେବଳ ଏତିକି ଥିଲା ଯେ, ସେ ତାଙ୍କୁ ବିବାହ କରିବାକୁ ମନା କରିଦେଇଥିଲେ । ଏଥିରେ କ୍ରୋଧିତ ହୋଇ ପ୍ରେମିକା ତାଙ୍କ ଉପରେ ଏସିଡ୍ ଫିଙ୍ଗିଦେଲେ । ଯେଉଁଥିରେ ତାଙ୍କ ଚେହେରା ସଂପୂର୍ଣ୍ଣ ଭାବେ ପୋଡିଯାଇଛି । ଏହାପରେ ପୁଲିସ୍ ସେହି ଯୁବତୀଙ୍କୁ ଗିରଫ କରିନେଲେ ।

ଏହି ଘଟଣା ମୋତିଗରପୁର ଥାନାର ଦୋମନପୁରର ଗତ ବର୍ଷର ଘଟଣା । କିନ୍ତୁ ଏହି ମାମଲାରେ ଏବେ ଗିରଫ କରାଯାଇଛି । ୨୮ ନଭେମ୍ବର ୨୦୧୭ରେ ଏହି ଘଟଣା ଘଟିଥିଲା । ଏଥିରେ ଗାଁରେ ରହୁଥିବା ପବନ ସିଂହଙ୍କ ଉପରେ ତାଙ୍କର ପ୍ରେମିକା ଲଲିତା ଏସିଡ୍ ଆକ୍ରମଣ କରିଥିଲେ । ଏଥିରେ ଆରୋପୀ ପୀଡିତଙ୍କ ପ୍ରେମିକାକୁ ପୁଲିସ୍ ଗିରଫ କରି ଜେଲ୍ ପଠାଇଦେଇଛି । ଏହି ଘଟଣା ଘଟିବା ତୁରନ୍ତ ପରେ ହିଁ ତାଙ୍କ ପରିଜନ ଥାନାରେ ଅଭିଯୋଗ ଆଣିଥିଲେ । ତଥାପି ବି ଯୁବତୀ ଗିରଫ ହେଉନଥିଲେ । ଏହାପରେ ସେମାନେ କୋର୍ଟର ସାହାଯ୍ୟ ନେଲେ ।