ପ୍ରେମ ନା ପ୍ରତିଶୋଧ : ନାବାଳିକାକୁ ଏସିଡ୍ ମାଡ

44

Screen shot 2016-09-04 at 7.17.31 PMକନକ ବ୍ୟୁରୋ : ଡାକ୍ତରଖାନା ବେଡରେ ଯନ୍ତ୍ରଣାରେ ଛଟପଟ ନାବାଳିକା । ମୁହଁ, ହାତ ଓ ଗୋଡରେ ଗଭୀର କ୍ଷତ । ଶରୀରର ପ୍ରାୟ ୫୦ ଭାଗ ପୋଡି ଯାଇଛି । ଅସହ୍ୟ ଯନ୍ତ୍ରଣା । ମୁହଁରୁ ସ୍ପଷ୍ଟ କଥା ବି ବାହାରୁନି । ତଥାପି ସାହାସ ଜୁଟାଇ ନ୍ୟୁଜ୍ କ୍ୟାମେରା ଆଗରେ କହିଛନ୍ତି ଦୁର୍ବୃତଙ୍କ ଅତ୍ୟାଚାରର କଥା ।

Screen shot 2016-09-04 at 7.17.20 PMଗଂଜାମ ଜିଲ୍ଲାର ଗାଙ୍ଗପୁର। ରାତି ପ୍ରାୟ ୧୨ ଟା । ଶୋଇପଡିଥିଲା ପୁରା ଗାଁ । ଅନ୍ଧାର ଭିତରେ ୪ ଜଣ ଯୁବକ ପହଁଚିଥିଲେ ନାବାଳିକାଙ୍କ ଘରେ । ୨ ଜଣ ଘର ବାହାରେ ଜଗି ରହିଲେ । ଆଉ ଦୁଇ ଜଣ ଘର କବାଟ ଭାଂଗି ଭିତରକୁ ପଶିଲେ । ଆଉ କିଛି ଭାବିବା ପୂର୍ବରୁ ହାତରେ ଧରିଥିବା ଏସିଡକୁ ନାବାଳିକାଙ୍କ ଉପରକୁ ଫୋପାଡିଥିଲେ ।

ପୋଲିସ ନାବାଳିକାଙ୍କ ଘରେ ଏବଂ ଡାକ୍ତରଖାନାରେ ତଦନ୍ତ ଆରମ୍ଭ କରିଛି । ତଥାପି ଅନ୍ଧାରରେ ରହିଛି ଏସିଡ୍ ମାଡ ପଛର କାହାଣୀ ।

Screen shot 2016-09-04 at 7.19.29 PMବେଶ୍ କିଛି ଦିନ ପରେ ସାମ୍ନାକୁ ଆସିଛି ଏସିଡ୍ ମାଡ ଘଟଣା । ଏଥର ଟାର୍ଗେଟରେ ଜଣେ ନାବାଳିକା । ତେବେ ନାବାଳିକାଙ୍କୁ ଏସିଡ୍ ମାଡ ପଛର କାରଣ କଣ ? ପାରିବାରିକ ଶତ୍ରୁତା ନା ପ୍ରେମ ସମ୍ପର୍କ ? ଏବେ ଏସବୁର ଖିଅ ଖୋଜୁଛି ପୋଲିସ ।

ଏହା ସହ ଦେଖନ୍ତୁ ଏହି ଭିଡିଓ –