ପୁଲିସ ପଂଝାରେ ଅଭିଯୁକ୍ତ ବିଫଳ ପ୍ରେମିକ ! ବାରମ୍ବାର ପ୍ରେମ ନିବେଦନରେ ଅରାଜି ହେବାରୁ ଛାତ୍ରୀଙ୍କୁ କରିଥିଲା ଏସିଡ୍ ମାଡ

28

କନକ ବ୍ୟୁରୋ :  ଯୁକ୍ତ ଦୁଇର ଜଣେ ଛାତ୍ରୀଙ୍କ ମୁହଁକୁ ଏସିଡ ମାଡ କରି ତାଙ୍କ ଜୀବନ ସହ ଖେଳ ଖେଳିଛି ଏହି ବିଫଳ ପ୍ରେମିକ । ଅଭିଯୁକ୍ତର ନାଁ ପର୍ଶୁରାମ ମାଝି । ତେଲେଙ୍ଗାନା ପୁଲିସ ସହାୟତାରେ ଏହି ଅଭିଯୁକ୍ତକୁ ଗିରଫ କରିଛି କଳାହାଣ୍ଡି ପୁଲିସ । ବାରମ୍ବାର ଜୋର ଜବରଦସ୍ତ ଏକତରଫା ପ୍ରେମ ନିବେଦନ କରି ବିଫଳ ହୋଇଥିଲା ଅଭିଯୁକ୍ତ । ଛାତ୍ରୀ ଜଣକ ଅରାଜି ହେବାରୁ ମଝି ରାସ୍ତାରେ ମୁହଁରେ ଏସିଡ୍ ପକାଇ ଦେଇ ଫେରାର ହୋଇଯାଇଥିଲା ଏହି ବିଫଳ ପ୍ରେମିକ ।

କଳାହାଣ୍ଡି କଲମପୁର ବ୍ଲକ ବଙ୍କାପଲାର ଏହି ଛାତ୍ରୀ ଜଣକ ସବୁଦିନ ଭଳି ଗତ ୧୫ ତାରିଖରେ ମଧ୍ୟ କମ୍ପ୍ୟୁଟର କ୍ଲାସ ଯିବା ପାଇଁ ବାହାରିଥିଲେ । ତାଙ୍କୁ ରାସ୍ତାରେ ଅପେକ୍ଷା କରିଥିଲା ଅଭିଯୁକ୍ତ ପର୍ଶୁରାମ ମାଝି । ପୂର୍ବରୁ ଛାତ୍ରୀଙ୍କୁ ବାରମ୍ବାର ପ୍ରେମ ନିବେଦନ କରି ବିଫଳ ହେବା ପରେ ସେଦିନ ମଧ୍ୟ ପ୍ରେମ ପ୍ରସ୍ତାବ ଦେଇଥିଲା । ହେଲେ ଛାତ୍ରୀ ମନା କରିବାରୁ ଉତକ୍ଷିପ୍ତ ପର୍ଶୁରାମ ସାଙ୍ଗରେ ଆଣିଥିବା ଏସିଡକୁ ଛାତ୍ରୀଙ୍କ ଉପରକୁ ଫୋପାଡି ଫେରାର ହୋଇଯାଇଥିଲା । ସେପଟେ କଟକ ବଡ ଡାକ୍ତରଖାନାରେ ଆହତ ଯୁବତୀଜଣଙ୍କର ଚିକିତ୍ସା ଚାଲିଛି ।