ସନ୍ଦେହ ବିଗାଡିଲା ସଂପର୍କ : ପରକୀୟା ପ୍ରୀତି ସନ୍ଦେହରେ ସ୍ତ୍ରୀ ଉପରେ ଏସିଡ ଢାଳିଲା ସ୍ୱାମୀ

33

ଫୁଲବାଣୀ : ଫୁଲବାଣୀ ଫିରିଙ୍ଗିଆରେ ସ୍ତ୍ରୀ ଉପରକୁ ଏସିଡ୍ ଫିଙ୍ଗିଲା ସ୍ୱାମୀ । ସ୍ତ୍ରୀ ଗୁରତର ଅବସ୍ଥାରେ ମେଡିକାଲରେ ଭର୍ତି । ପ୍ରଥମେ ଫିରିଙ୍ଗିଆ ମେଡିକାଲରେ ଭର୍ତି କରାଯାଇଥିଲା । ଅବସ୍ଥା ସଙ୍କଟାପର୍ଣ୍ଣକ ହେବାରୁ ମହିଳାଙ୍କୁ ଫୁଲବାଣୀ ଜିଲ୍ଲା ଚିକିତ୍ସାଳୟକୁ ପଠାଯାଇଛି ।

ସ୍ୱାମୀ ଥୋମାସ ଦିଘାଲ ଫେରାର । ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ସ୍ୱାମୀ ଏସିଡ ଫିଙ୍ଗିଛି । ସ୍ତ୍ରୀର ପରକୀୟା ପ୍ରୀତିକୁ ସନ୍ଦେହ କରି ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଗତକାଲି ଉଭୟଙ୍କ ମଧ୍ୟରେ କଳି ହୋଇଥିଲା । ସ୍ତ୍ରୀ ଶୋଇଥିବା ଅବସ୍ଥାରେ ଏସିଡ ଫିଙ୍ଗିଛି ସ୍ୱାମୀ ।