କର୍ଣ୍ଣାଟକରେ କଂଗ୍ରେସର ବିଜୟ ଶୋଭାଯାତ୍ରାରେ ଏସିଡ ଆଟାକ୍ । ୧୦ କଂଗ୍ରେସ କର୍ମୀ ଗୁରୁତର ଆହତ

40

କର୍ଣ୍ଣାଟକରେ ପଞ୍ଚାୟତ ନିର୍ବାଚନରେ ବାଜି ମାରିଛି କଂଗ୍ରେସ । ଆଜି ଭୋଟ ଗଣତି ହେବା ସହ ଗୋଟିଏ ପରେ ଗୋଟିଏ ଆସନର ଫଳାଫଳ ସାମ୍ନାକୁ ଆସୁଛି । ପ୍ରଥମ ସ୍ଥାନରେ କଂଗ୍ରେସ ରହିଥିବା ବେଳେ ଦ୍ୱିତୀୟ ସ୍ଥାନରେ ବିଜେପି ରହିଛି । ସେହିଭଳି ଜେଡିଏସ ଏହି ଦୌଡରେ ତୃତୀୟ ସ୍ଥାନରେ ରହିଛି । ନିର୍ବାଚନରେ ବିଜୟୀ ହୋଇଥିବା ନେତା ମାନେ ଉତ୍ସବ ମନାଇବା ସହ ବିଶାଳ ଶୋଭାଯାତ୍ରା କରୁଛନ୍ତି । ତେବେ ତୁମକୁର ଅଞ୍ଚଳରେ ରାଲି ହେଉଥିବା ବେଳେ ଏସିଡ ଆକ୍ରମଣ ହୋଇଛି ଯେଉଁଥିରେ ୧୦ ଜଣ କଂଗ୍ରେସ କର୍ମୀ ଗୁରୁତର ଭାବେ ଆହତ ହୋଇଛନ୍ତି ।

ଏସିଡ ଆକ୍ରମଣରେ ଗୁରୁତର ଆହତ ହୋଇଥିବା କଂଗ୍ରେସ କର୍ମୀ ମାନଙ୍କୁ ତୁରନ୍ତ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଯେଉଁଠାରେ ସେମାନଙ୍କର ଚିକିତ୍ସା କରାଯାଉଛି । ତେବେ ଏହି ଏସିଡ ଆକ୍ରମଣ ପଛରେ କାହାର ହାତ ଅଛି ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ । ତୁମକୁର ଏସପିଙ୍କ ସୂଚନା ଅନୁଯାୟୀ, ଏଠାରେ କଂଗ୍ରେସ ପ୍ରାର୍ଥୀ ବିଜୟୀ ହେବା ପରେ ଏକ ଶୋଭାଯାତ୍ରାରେ ବୁଲୁଥିଲେ । ତେବେ ଏହି ସମୟରେ କେହି ଦୁବୃର୍ତ୍ତ ଏସିଡ ଆକ୍ରମଣ କରିଥିଲେ । ଯାହାଦ୍ୱାରା କିଛି ଲୋକ ଗୁରୁତର ଭାବେ ଆହତ ହୋଇଥିଲେ ।

ଡାକ୍ତରଙ୍କ କହିବା ଅନୁଯାୟୀ, ଶୋଭାଯାତ୍ରାରେ ଯେଉଁ ଏସିଡରେ ଆକ୍ରମଣ କରାଯାଇଥିଲା ତାହା ବାଥରୁମ ସଫା ହେବା ପାଇଁ ବ୍ୟବହୃତ ହେଉଥିବା ଏକପ୍ରକାର ଏସିଡ । ତେବେ ଏସିଡ ଆଟାକରେ ଆହତ ହୋଇଥିବା ୧୦ ଜଣ ବ୍ୟକ୍ତି ଏବେ ବିପଦମୁକ୍ତ ଥିବା କହିଛନ୍ତି ଡାକ୍ତର । ଏତେବଡ ଦୁର୍ଘଟଣା ଘଟିବା ପରେ ମଧ୍ୟ ଏଯାଏଁ କାହାକୁ ଗିରଫ କରାଯାଇନାହିଁ । ତେବେ ଏନେଇ ଥାନାରେ କେସ ଦାୟର କରାଯାଇଛି ।

ବିଧାନସଭା ନିର୍ବାଚନ ପରେ ପୁଣିଥରେ କଂଗ୍ରେସ ଓ ଜେଡିଏସ ପରସ୍ପର ବିରୋଧରେ ପଞ୍ଚାୟତ ନିର୍ବାଚନରେ ଲଢିଥିଲେ । ଯାହା ଫଳରେ ତିନି ଦଳ କଂଗ୍ରେସ,ବିଜେପି ଓ ଜେଡିଏସ ମଧ୍ୟରେ କଡା ମୁକାବିଲା ଦେଖିବାକୁ ମିଳିଛି । ଗତ ୩୧ ଅଗଷ୍ଟରେ ପଞ୍ଚାୟତ ନିର୍ବାଚନ ପାଇଁ କର୍ଣ୍ଣାଟକରେ ଭୋଟ ହୋଇଥିଲା । ମୋଟ ୨୭୦୯ଟି ୱାର୍ଡରେ ଭୋଟ ଗ୍ରହଣ ହୋ