ଭଦ୍ରକ ଆରଡିରେ ଦୁଇ ସେବାୟତ ଗୋଷ୍ଠୀ ମୁହାଁମୁହିଁ ! ଏସିଡ୍ ମାଡରେ ୩ ଗୁରୁତର, ୫ ଆହତ

29

କନକ ବ୍ୟୁରୋ: ରାଜ୍ୟର ଅନ୍ୟତମ ପ୍ରମୁଖ ଶୈବ କ୍ଷେତ୍ର ଭଦ୍ରକ ଜିଲ୍ଲା ଆରଡିରେ ଗତକାଲି ବିଳମ୍ବିତ ରାତିରେ ଏସିଡି ମାଡ ହୋଇଛି । ଏଥିରେ ଏକ ସେବାୟତ ପରିବାରର ୮ଜଣ ଗୁରୁତର ଅଭାବରେ ଆହତ ହୋଇଛନ୍ତି । ସେମାନଙ୍କୁ ଜିଲ୍ଲା ମ୍ୟୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ ଜଣଙ୍କର ଆବସ୍ଥା ସଂକଟାପନ୍ନ ରହିଥିବା ଜଣାପଡିଛି । ଆରଡି ଫାଣ୍ଡି ପୁଲିସ ଘଟଣାସ୍ଥଳରେ ପହଂଚି ତନନ୍ତ ଆରମ୍ଭ କରିଛି ।

ଅଭିଯୋଗ ଅନୁସାରେ, ଆଖଣ୍ଡଳମଣୀଙ୍କ ପୀଠରେ ସେବାକାର୍ଯ୍ୟ କରୁଥିବା ବ୍ରାହ୍ମଣମାନେ ବିଭିନ୍ନ ଅଂଚଳରୁ ଆସୁଥିବା ଭକ୍ତମାନଙ୍କୁ ସେବା ଯୋଗାଇ ଦେଇଆସୁଛନ୍ତି । ଏଥିପାଇଁ ସେବାୟତମାନେ ବିଭିନ୍ନ ଅଂଚଳ ବାଂଟି ନେଇଛନ୍ତି । ନିଜ ଅଂଚଳରୁ ଆସୁଥିବା ଭକ୍ତଙ୍କୁ ସଂପୃକ୍ତ ସେବାୟତ ପାଛୋଟି ନେବା ସହ ପୂଜାର୍ଚ୍ଚନା ଏବଂ ରହଣି ଆଦି ସମସ୍ତ କଥା ବୁଝିଥାନ୍ତି । ଏହି ଭକ୍ତଙ୍କୁ ନେଇ ଦୁଇ ସେବାୟତ ପରିବାର ମଧ୍ୟରେ ବିବାଦ ଲାଗି ରହିଥିଲା ।

ତେବେ ଗତକାଲି ସକାଳେ ଆରମ୍ଭ ହୋଇଥିବା ଗଣ୍ଡଗୋଳ କ୍ରମଶଃ ଉଗ୍ର ରୂପ ଧାରଣ କରିଥିଲା । ଗତକାଲି ବିଳମ୍ବିତ ରାତିରେ ଏକ ସେବାୟତ ପରିବାରର କେତେଜଣ ସଦସ୍ୟ ଛାତ ଉପରୁ ପଡୋଶୀ ପରିବାରର ଲୋକଙ୍କ ଉପରକୁ ଏସିଡି ମାଡ କରିଥିବା ଜଣାପଡିଛି । ତେବେ ଏହି ଘଟଣାରେ ପୁଲିସ ୨ ଜଣକୁ ଅଟକ ରଖି ପଚରା ଉଚରା କରୁଛି ।