ରାଜଧାନୀରେ ୨୪ ବର୍ଷୀୟ ଛାତ୍ରଙ୍କ ମୁହଁ ଉପରକୁ ଏସିଡ୍ ମାଡ

29

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : କିଛି ଦିନ ହେବ ଗୋଟିଏ ପରେ ଗୋଟିଏ ଏସିଡ ମାଡ ଘଟଣା ସାମନାକୁ ଆସୁଛି । ଭୁବନେଶ୍ୱର ଏକ ୨୪ ବର୍ଷୀୟ ଛାତ୍ରଙ୍କୁ ଏସିଡ ମାଡ ହୋଇଥିବା ଅଭିଯୋଗ ହୋଇଛି । ରସୁଲଗଡ ଜଗନ୍ନାଥ ବିହାର ଅଂଚଳରେ ଗତକାଲି ବିଳମ୍ବିତ ରାତିରେ ଭାଗିରଥୀ ବେଜ ଶୋଇଥିବା ବେଳେ ତାଙ୍କ ଉପରକୁ ଏସିଡ ମାଡ କରି ଦୁର୍ବୃତ ଫେରାର ହୋଇଯାଇଛି । ଏସିଡ ମାଡରେ ସେ ଗୁରୁତର ଭାବେ ଆହତ ହୋଇଛନ୍ତି । ତାଙ୍କ ମୁହଁ ଓ ହାତ ପୋଡିଯାଇଥିବା ବେଳେ ଏକ ଘରୋଇ ମେଡିକାଲରେ ଚିକିତ୍ସିତ ହେଉଛନ୍ତି ଭାଗିରଥୀ । ଅଭି ଓଝା ନାମକ ଜଣେ ବ୍ୟକ୍ତି ଏହି ଏସିଡ ମାଡ କରିଥିବା ଜଣାପଡିଛି । ପୂର୍ବ ଶତ୍ରୁତାରୁ ଏହି ଏସିଡ ମାଡ ହୋଇଥିବା ଅନୁମାନ କରାଯାଉଛି । ଅଭି ଓଝା ଏବେ ଫେରାର ରହିଛି। ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।