ରେଡିଓ ଚକଲେଟକୁ ଦୁଇଟି ସଫଳତା ! ଆରଜେ ସଂଗ୍ରାମଙ୍କୁ ପୁଣିଥରେ ବେଷ୍ଟ ଲିଙ୍କ ପୁରସ୍କାର

36

କନକ ବ୍ୟୁରୋ : ଜାତୀୟସ୍ତରରେ ୟୁନିସେଫ ଓ ଆସୋସିଏସନ ରେଡିଓ ଅପରେଟର୍ସ ଅଫ ଇଣ୍ଡିଆ ସହଭାଗିତାରେ ଅନୁଷ୍ଠିତ ହେଉଥିବା ‘ୟୁନିସେଫ ରେଡିଓ ଫର ଚାଇଲ୍ଟ’ ପୁରସ୍କାରର ଦ୍ୱିତୀୟ ସଂସ୍କରଣରେ ଓଡିଶାର ନମ୍ବର ୱାନ ଏଫଏମ ଷ୍ଟେସନ ରେଡିଓ ଚଳଲେଟ ଦୁଇଟି ପୁରସ୍କାର ପାଇଛି ।

ଆରଜେ ସଂଗ୍ରାମ ଓ ମାନସ ପଢିଆରୀ ବେଷ୍ଟ ପବ୍ଲିକ ସର୍ଭିସ ଆନାଉନ୍ସମେଶ୍ଟ୍ ଆଣ୍ଡ ଭାଓଲେନ୍ସ ବିଭାଗର ପୁରସ୍କାର ଜିତିବା ସହିତ ଆରଜେ ସଂଗ୍ରାମ ବେଷ୍ଟ ଆରଜେ ପୁରସ୍କାର ଜିତିଛନ୍ତି । ଏଠାରେ ସୂଚନାଯାଗ୍ୟ, ଆରଜେ ସଂଗ୍ରାମ ‘ୟୁନିସେଫ ରେଡିଓ ଚାଇଲ୍ଡ’ ପୁରସ୍କାରର ପ୍ରଥମ ସଂସ୍କରଣରେ ମଧ୍ୟ ବେଷ୍ଟ ଆରଜେ ଲିଙ୍କ ପୁରସ୍କାର ପାଇଥିଲେ ।ରେଡିଓ ଚଳଲେଟ ଏବର୍ଷ ସମସ୍ତ ଏଫଏମ ଓ ଅନ୍ୟ ରେଡିଓ ଷ୍ଟେସନ ମଧ୍ୟରେ ସର୍ବାଧିକ ନୋମିନେସନ ପାଇଥିଲେ । ଦୁଇ ବିଜେତା ବ୍ୟତୀତ ଆରଜେ ନୀଲ ବେଷ୍ଟ ସର୍ଭିସ୍ ଅନାଉନ୍ସମେଂଟ(ରୁଟିନ ଉମୁନାଇଜେସନ) ଓ ଆରଜେ କୋମଲ ବେଷ୍ଟ ଆରଜେ ଲିଙ୍କ(ରୁଟିନକ୍ ଇମ୍ୟୁନାଇଜେସନ) ବିଭାଗରେ ମନୋନୀତ ହୋଇଥିଲେ ।

ନଭେମ୍ବର ୧୦ ତାରିଖରେ ମୁମ୍ବାଇର ଜେଡବ୍ଲ୍ୟୁ ମାରିଅଟରରେ ୟୁନିସେଫ ତରଫରୁ ଅନୁଷ୍ଠିତ ଏକ ଉତ୍ସବରେ ୟୁନିସେଫ ସେଲିବ୍ରିଟି ଆଡଭୋକେଟ ମାଧୁରୀ ଦୀକ୍ଷିତ ବିଜେତାମାନଙ୍କୁ ପୁରସ୍କୃତ କରିଥିଲେ । ଏହି ଉତ୍ସବରେ ରେଡିଓ ଚକଲେଟର ନିର୍ଦେଶିକା ତନୟା ପଟ୍ଟନାୟକ ୟୁନିସେଫର ଅତିଥି ଭାବେ ମଂଚାସୀନ ଥିଲେ । ରେଡିଓ ଚକଲେଟ ତରଫରୁ ଆରଜେ ନୀଲ, ଆରଜେ କୋମଲ ଓ ଶ୍ରୀକାନ୍ତ ପଣ୍ଡା ପୁରସ୍କୃତ ଗ୍ରହଣ କରିଥିଲେ ।