ମାଟି ତଳୁ ଯୁବକଙ୍କ ମୃତଦେହ ଉଦ୍ଧାର ଘଟଣା : ନିମାପଡାରୁ ଅଭିଯୁକ୍ତ ସ୍ତ୍ରୀକୁ ଗିରଫ କଲା ପୁଲିସ

13

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଭୁବନେଶ୍ୱର ଧିରକୁଟି ବସ୍ତିରେ ୪ ଫୁଟ ମାଟି ତଳୁ ମୃତଦେହ ଉଦ୍ଧାରେ ଘଟଣାରେ ଅଭିଯୁକ୍ତ ସ୍ତ୍ରୀକୁ ଗିରଫ କରିଛି ପୁଲିସ । ନିମାପଡାରୁ ଦୀପାଜଂଳୀ ମହାନ୍ତିକୁ ଗିରଫ କରାଯାଇଥିବା ସୂଚନା ମିଳିଛି । ପରକୀୟା ପ୍ରୀତି ଯୋଗୁଁ ସ୍ୱାମୀଙ୍କୁ ହତ୍ୟା କରି ମାଟିତଳେ ପୋତି ଦିଆଯାଇଥିବା ସନ୍ଦେହ କରାଯାଉଛି । ତେବେ ସ୍ୱାମୀଙ୍କୁ ହତ୍ୟା କରିବା ପରେ ସ୍ତ୍ରୀ ଦୀପା ଫେରାର ହୋଇଯାଇଥିଲା । ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ମାଟି ଖୋଳି ମୃତଦେହ ଉଦ୍ଧାର କରାଯାଇଥିଲା । ପୁଲିସ ଘଟଣାର ଛାନଭିନ କରୁଛି । ପୋଷ୍ଟମର୍ଟମ୍ ରିପୋର୍ଟ ପରେ ଜଣା ପଡ଼ିବ ମୃତ୍ୟୁର ପ୍ରକୃତ କାରଣ ।