ଅନୁଗୁଳରେ ଉଷସୀ ମିଶ୍ରଙ୍କୁ ଦୁର୍ବ୍ୟବହାର ଘଟଣା : ଅଭିଯୁକ୍ତ ଇନ୍ଦ୍ରମଣି ସାହୁ ଓ ପୁଅ ସୁଜିତ ଅଟକ, ପୂର୍ବରୁ ଇନ୍ଦ୍ରମଣିଙ୍କ ଡ୍ରାଇଭରକୁ ଗିରଫ କରିଛି ପୋଲିସ

29

କନକ ବ୍ୟୁରୋ : ଅନୁଗୁଳରେ ଉଷସୀ ମିଶ୍ରଙ୍କୁ ଦୁର୍ବ୍ୟବହାର ଘଟଣାରେ ଅଭିଯୁକ୍ତ ଇନ୍ଦ୍ରମଣି ସାହୁ ଓ ସୁଜିତ ସାହୁଙ୍କୁ ପୁଲିସ ଗିରଫ କରିଛି । ଉଭୟ ବାପ ପୁଅ ସମେତ ୫ ଜଣଙ୍କୁ ଗିରଫ କରିଛି କଣିହାଁ ପୁଲିସ । ଅନୁଗୁଳ ଏସପି ପ୍ରେସମିଟ କରି ଏନେଇ ସୂଚନା ଦେଇଛନ୍ତି । ପୂର୍ବରୁ ଇନ୍ଦ୍ରମଣିଙ୍କ ଡ୍ରାଇଭରକୁ ପୋଲିସ ଗିରଫ କରିଛି ।

ସୂଚନାଯୋଗ୍ୟ, ଗତ ୨୨ ତାରିଖରେ ଅନୁଗୁଳ କଣିହାଁ ଯାତ୍ରା ପାଇଁ ଉଷସୀ ମିଶ୍ର ଯାଇଥିବା ସମୟରେ ତାଙ୍କୁ ଅଶ୍ଲୀଳ ଭାଷାରେ ଗାଳିଗୁଲଜ ସହ ମାଡ ମାରିବା ଅଭିଯୋଗ ହୋଇଥିଲା । ଉଷସୀଙ୍କୁ ମାଡ ମାରିବା ସହ ତାଙ୍କ ଗାଡି ଭାଂଗିଦେଇଥିଲେ କିଛି ଦୁର୍ବୃତ । ଅନୁଗୁଳ କଣିହାଁର ଡେରେଙ୍ଗରେ ଯାତ୍ରାରେ ଅଭିନୟ ପାଇଁ ଉଷସୀ ଯାଇଥିଲେ । ଉଷସୀଙ୍କୁ ଦେଖିବାକୁ ପ୍ରବଳ ଭିଡ ଜମିଥିବା ବେଳେ ସ୍ଥାନୀୟ କିଛି ଯୁବକଙ୍କ ସହ ତାଙ୍କର ପ୍ରଥମେ କଥା କଟିକଟି ହୋଇଥିଲା । ଏହାପରେ ଠେଲାପେଲା ସହ ତାଙ୍କୁ ମାଡ ମରାଯାଇଥିବା ଅଭିଯୋଗ ହୋଇଥିଲା । ତେବେ ଘଟଣା ଘଟିବା ପରେ ନିଜ ଫେସବୁକ ପୋଷ୍ଟରେ ଏନେଇ ସୂଚନା ଦେଇଥିଲେ ଉଷସୀ । ଲେଖିଥିଲେ ସେ ତାଙ୍କ ଯନ୍ତ୍ରଣା ବ୍ୟକ୍ତ କରିବା ପାଇଁ ସୋସିଆଲ ମିଡିଆକୁ ବ୍ୟବହାର କରୁଛନ୍ତି । ଯାତ୍ରା ମ୍ୟାନେଜମେଂଟ ଓ ସ୍ଥାନୀୟ ପୋଲିସକୁ ଦୋଷ ଦେଇ ଉଷସୀ ତାଙ୍କ ପୋଷ୍ଟରେ ତାଙ୍କୁ ମାଡ ମାରିଥିବା ବ୍ୟକ୍ତିର ବି ଫୋଟ ଓ ନିଜ ଫଟୋ ପୋଷ୍ଟ କରିଥିଲେ । ଆଉ ଲେଖିଥିଲେ , ସେ ମଧ୍ୟ ଲଢେଇ କରି ନିଜକୁ ବଂଚାଇଦେଇଛନ୍ତି ।

ଏହାକୁ ନେଇ ଉଷସୀ ଥାନାରେ ଅଭିଯୁକ୍ତ ଇନ୍ଦ୍ରମଣୀ ଓ ତାଙ୍କ ପୁଅ ନାଁରେ ଅଭିଯୋଗ କରିଥିଲେ । ରାଜ୍ୟ ସିନେ କଳାକାର ସଂଘ ପକ୍ଷରୁ ମଧ୍ୟ ଏକ ସାମ୍ବାଦିକ ସମ୍ମିଳନୀ କରି ଅଭିଯୁକ୍ତକୁ ଗିରଫ ପାଇଁ ଦାବି କରାଯାଇଥିଲା । ଗତକାଲି ଉଷସୀଙ୍କ ସହ ସିନେ କଳାକାର ଡିଜିଙ୍କୁ ମଧ୍ୟ ଭେଟିଥିଲେ । ଆଜି ଉଭୟ ବାପ ପୁଅଙ୍କୁ ଗିରଫ କରାଯାଇଛି ।