ବିପାଶା ବସୁଙ୍କ ଘରେ ଶୁଭିବ କୁଆଁ କୁଅାଁ ଶବ୍ଦ ! ବଲିଉଡର ବ୍ଲାକ ବିୟୁଟି ବହୁତ ଶୀଘ୍ର ହେବେ ମା’

43

ବିପାଶା ବସୁ ଓ କରଣ ସିଂ ଗ୍ରୋଭରଙ୍କ ବିବାହକୁ ବର୍ଷେ ହେବାକୁ ଯାଉଛି । ଏହାସହ ଆଉ ଗୋଟିଏ ଖୁସି ଖବର ଶୁଣିବାକୁ ମିଳୁଛି । ଖବର ଅନୁସାରେ ବିପାଶା ବସୁ ଓ କରଣ ସିଂ ଗ୍ରୋଭରଙ୍କ ଘରେ ବହୁତ ଯଲଦି କୁଅାଁ କୁଅାଁ ରାବ ଶୁଭିବ । ମୁମ୍ବାଇ ମିରରରେ ଛପିଥିବା ଖବର ଅନୁସାରେ ବିପାଶା ଓ କରଣ ଛୁଆ ପାଇଁ ପ୍ରସ୍ତୁତ ହୋଇ ଯାଇଛନ୍ତି ।

ଏହି କଥାର ଖୁଲାସା କରିଛନ୍ତି ବିପାଶାଙ୍କ ଜଣେ ନିକଟ ସମ୍ପର୍କୀୟ ବନ୍ଧୁ । ଜଣାପଡିଛି ବିପାଶା ଏବେ ଗର୍ଭବତୀ ଥିବା ଯୋଗୁଁ ଅନ୍ୟ କିଛି କାମ ନକରି କେବଳ ଇଭେଣ୍ଟରେ ଯୋଗ ହେଉଛନ୍ତି । ଏହାସହ ସେ କହିଛନ୍ତି ସେ ଏବେ କୌଣସି ନୂଆ ପ୍ରୋଜେକ୍ଟରେ କାମ ଆରମ୍ଭ କରିବେ ନାହିଁ । କାରଣ ଏବେ ସେ କେବଳ ତାଙ୍କ ପରିବାର ଉପରେ ଅଧିକ ଧ୍ୟାନ ଦେବାକୁ ଚାହାନ୍ତି ।