ଦେଶରେ ବଢିବାରେ ଲାଗିଛି ଦୁର୍ଘଟଣା ସଂଖ୍ୟା । ବେପାରୁଆ ଓ ଅସାବଧାନତା ଲାଗି ଦେଶରେ ପ୍ରତ୍ୟେକ ଦିନ ୪୧୩ଜଣଙ୍କ ଯାଉଛି ପ୍ରାଣ

55

କନକ ବ୍ୟୁରୋ : ସାର ଦେଶରେ ଦିନକୁ ଦିନ ବଢୁଛି ଦୁର୍ଘଟଣାର ସଂଖ୍ୟା । ପ୍ରତ୍ୟେକ ସମୟରେ କେଉଁଠାରେ ନା କେଁଠି ଦୁର୍ଘଟଣା ହୋଇ ଲୋକମାନଙ୍କ ମୃତ୍ୟୁ ହେଉଥିବା କଥା ଦେଖାଯାଉଛି । ବେପାରୁଆ ଗାଡି ଚାଳନା ପାଇଁ ଏପରି ଘଟଣା ଘଟୁଛି ବୋଲି କେତେକ ବୁଦ୍ଧିଜୀବି କହିଛନ୍ତି । ତେବେ ବର୍ତ୍ତମାନ ସମୟରେ ମାନବ ସମାଜରେ ସବୁଠୁ ବଡ଼ ମହାମାରୀ କ’ଣ? ସଡ଼କ ଦୁର୍ଘଟଣା ହିଁ ଏବେ ସବୁଠୁ ବଡ଼ ମହାମାରୀ। ବିଶ୍ୱରେ ବର୍ଷକୁ ପ୍ରାୟ ୧୦ ଲକ୍ଷ ଲୋକ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଉଥିବା ବେଳେ ଏଥିରୁ ଭାରତରେ ପ୍ରାୟ ଦେଢ଼ ଲକ୍ଷ ଲୋକ ପ୍ରାଣ ହରାନ୍ତି ଓ ପ୍ରାୟ ୫ ଲକ୍ଷ ଗୁରୁତର ଆହତ ହୋଇ ଭିନ୍ନକ୍ଷମ ପାଲଟନ୍ତି। ଭାରତରେ ହାରାହାରି ପ୍ରତିଦିନ ଘଟୁଥିବା ୧୩୧୨ ମରଣାନ୍ତକ ଦୁର୍ଘଟଣାରେ ୪୧୩ ଜଣଙ୍କର ଜୀବନ ଯାଏ। ଅର୍ଥାତ ଘଣ୍ଟାକୁ ଆମ ଦେଶରେ ସଡ଼କ ଉପରେ ୧୭ରୁ ଅଧିକ ଲୋକଙ୍କ ମୃତ୍ୟୁ ହୁଏ। ସେଥିରୁ ୨୫% ବାଇକ ଆରୋହୀ (ଓଡ଼ିଶାରେ ଏହା ୩୫%)। ଆର୍ଥିକ ଦୃଷ୍ଟିରୁ ଦେଖିଲେ ଏଥିନିମନ୍ତେ ମୋଟ ଉପରେ ଦେଶର ଜିଡିପିର ୩ ପ୍ରତିଶତ କ୍ଷତି ହୁଏ। ଓଡ଼ିଶା ସ୍ଥିତି ଅତି ସଙ୍ଗୀନ ରହିଛି ।୨୦୧୭ରେ କେବଳ ଓଡ଼ିଶାରେ ୪,୭୯୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୧ ହଜାରରୁ ଅଧିକ ଗୁରୁତର ଆହତ ହୋଇଥିଲେ, ଯାହା କି ପୂର୍ବ ବର୍ଷ ତୁଳନାରେ ୭.୩୩% ଅଧିକ।

 

ଆମ ରାଜ୍ୟରେ ପ୍ରତି ୧୦୦ ଦୁର୍ଘଟଣାରେ ୪୬ ଜଣଙ୍କ ପ୍ରାଣ ଯାଏ । ଏହି ମଣିଷକୃତ ଦୁର୍ବିପାକର ମୁକାବିଲା ପାଇଁ ଉଭୟ ସରକାର ଓ ନାଗରିକ ସମାଜ ଯଥାଶିଘ୍ର ଅଣ୍ଟା ଭିଡ଼ିବା ଜରୁରି ହେଲାଣି । ଓଡିଶାରେ ମଧ୍ୟ ଦିନକୁ ଦିନ ଏବେ ଦୁର୍ଘଟଣା ସଂଖ୍ୟା ବଢିବାରେ ଲାଗଛି । ଲୋକମାନଙ୍କୁ ଯେତେ ସଚେତନତା କଲେ ମଧ୍ୟ ସେମାନେ ସୁଧୁରୁ ନାହାନ୍ତି । ପ୍ରତ୍ୟେକ ଦିନ ଏପରି ଘଟଣା ବଢିବାରେ ଲାଗିଛି । ରସ୍ତାରେ ପୋଲିସ ଚେକିଂଠାରୁ ଆରମ୍ଭ କରି ଆରଟିଓ ସମସ୍ତେ ଚେକିଂ କରୁଥିଲେ ମଧ୍ୟ କୈାଣସି ସୁଫଳ ମିଳୁନାହିଁ । ହାରାହାରା ପ୍ରତ୍ୟେକ ଦିନ ୧୦ଜଣଙ୍କ ଦୁର୍ଘଟଣା ଜନିତ ପ୍ରାଣ ହରାଉଥିବା ଜଣାପଡିଛି । ତେବେ ବେଳ ଥାଉ ଥାଉ ଲୋକମାନେ ଯଦି ନିଜେ ସାବଧାନତା ନହୁଅନ୍ତି ତେବେ ଏପରି ଘଟଣା ବଢିବାରେ ଲାଗିବ ସିନା କମିବାରେ ନା ନେବ ନାହିଁ । ରାଜ୍ୟ ସରକାରଙ୍କ ପକ୍ଷରୁ ଅନେକ ରାସ୍ତାକୁ ବର୍ତ୍ତମାନ ସମୟରେ ବ୍ଲାକସ୍ପଷ୍ଟ ଚିହ୍ନଟ କରିଛନ୍ତି । ହେଲେ ସେହି ସ୍ଥାନରେ ବି ଅନେକ ଏପରି ଦୁର୍ଘଟଣା ହେଉଥିବା ଜଣାପଡିଛି ।