ରାସ୍ତାରେ ଶୋଇଥିବା ସମୟରେ ଗାଡି ଚଢିଗଲେ, ଚାଳକ ଓ ଶୋଇଥିବା ବ୍ୟକ୍ତି ସମପରିମାଣରେ ଦାୟୀ : ଦୁର୍ଘଟଣା ଟ୍ରିବ୍ୟୁନାଲର ରାୟ

17

କନକ ବ୍ୟୁରୋ : ଯଦି କୌଣସି ବ୍ୟକ୍ତି ରାସ୍ତାରେ ଶୋଇଥିବା ସମୟରେ ଗାଡି ଚଢିଯାଏ, ଏଥିରେ ଗାଡି ଚାଳକ ଯେତିକି ଦାୟୀ ସମପରିମାଣର ସଂପୃକ୍ତ ବ୍ୟକ୍ତି ମଧ୍ୟ ଦାୟୀ । ଏଭଳି ରାୟ ଶୁଣାଇଛନ୍ତି ଗାଡି ଦୁର୍ଘଟଣା ଟ୍ରିବ୍ୟୁନାଲ । ୨୦୦୭ରେ ମୁମ୍ବାଇ ସେୱରି ରୋଡରେ ଜଣେ ବ୍ୟକ୍ତି ଶୋଇଥିବା ବେଳେ ତାଙ୍କ ଉପରେ ଏକ ଟ୍ରକ ଚଢିଯାଇଥିଲ। । ଏଥିରେ ତାଙ୍କର ମୃତ୍ୟୁ ହୋଇଥିଲା ।

ଏହି ମାମଲାର ଶୁଣାଣି କରି ୧୦ ବର୍ଷ ପରେ ଗାଡି ଦୁର୍ଘଟଣା ଟ୍ରିବ୍ୟୁନାଲ ଏଭଳି ରାୟ ଦେଇଛନ୍ତି । ଏହି ମାମଲାରେ ଟ୍ରକ ମାଲିକଙ୍କୁ ଇନସୁରାନ୍ସର ୫୦ପ୍ରତିଶତ କିମ୍ବା ୧୮ଲକ୍ଷ ଇନସୁରାନ୍ସର ୯ଲକ୍ଷ ଟଙ୍କା ଦେବା ପାଇଁ କୋର୍ଟ ରାୟ ଶୁଣାଇଛନ୍ତି । ଏହାସହ ରାସ୍ତା ଗାଡି ଚଳାଚଳ ପାଇଁ, ଶୋଇବା ପାଇଁ ନୁହେଁ ବୋଲି ଟ୍ରିବ୍ୟୁନାଲ କହିଛନ୍ତି ।