ରାଜ୍ୟରେ ବଢୁଛି ସଡକ ଦୁର୍ଘଟଣା : ସର୍ଭେ ରିପୋର୍ଟ

42

କନକ ବ୍ୟୁରୋ : ରାଜ୍ୟରେ ବଢୁଛି ସଡକ ଦୁର୍ଘଟଣା । ଏକ ସର୍ଭେରୁ ଏହି ତଥ୍ୟ ସାମ୍ନାକୁ ଆସିଛି । ମିଳିଥିବା ସୂଚନା ଅନୁସାରେ ରାଜ୍ୟର ୧୪ଟି ଜିଲ୍ଲାରେ ପ୍ରାୟ ୬୯ ପ୍ରତିଶତ ଦୁର୍ଘଟଣା ଘଟୁଛି । ଏସବୁ ଜିଲ୍ଲା ହେଉଛି ଗଂଜାମ, ଖୋର୍ଦ୍ଧା, କଟକ, ଯାଜପୁର, ବାଲେଶ୍ୱର, ମୟୂରଭଂଜ, କେନ୍ଦୁଝର, ସମ୍ବଲପୁର, ସୁନ୍ଦରଗଡ, ସୁବର୍ଣ୍ଣପୁର, ବଲାଙ୍ଗିର, ଗଜପତି, କଳାହାଣ୍ଡି ଓ କୋରାପୁଟ ।

୨୦୧୬-୧୭ ମସିହା ମଧ୍ୟରେ ୬ଟି ଜିଲ୍ଲାରେ ଦୁର୍ଘଟଣା ବଢିଛି । ସେଗୁଡିକ ହେଲା ଖୋର୍ଦ୍ଧା, ଯାଜପୁର, ବାଲେଶ୍ୱର, ସମ୍ବଲପୁର, ବଲାଙ୍ଗିର ଓ ସୁନ୍ଦରଗଡ। ୨୦୧୬ ମସିହା ଜାନୁଆରୀ-ଅଗଷ୍ଟ ମଧ୍ୟରେ ଏହି ସବୁ ଜିଲ୍ଲାରେ ମୋଟ ୭୦୪୮ଟି ଦୁର୍ଘଟଣା ରେକର୍ଡ ହୋଇଥିବା ବେଳେ ୨୦୧୭ ମସିହାରେ ଏହି ସମୟରେ ଏହି ସଂଖ୍ୟା ୭୨୨୮ଟି ରେକର୍ଡ କରାଯାଇଛି । ଏହି ତାଲିକାର ଶୀର୍ଷରେ ରହିଛି ଖୋର୍ଦ୍ଧା । ଏହି ଜିଲ୍ଲାରେ ୨୦୧୬ ମସିହାର ପ୍ରଥମ ୮ଟି ମାସରେ ୫୫୬ଟି ଦୁର୍ଘଟଣା ହୋଇଥିବା ବେଳେ ୨୦୧୭ରେ ଏହା ୫୯୪ରେ ଛୁଇଁଥିବା ରିପୋର୍ଟରୁ ଜଣାପଡିଛି ।