ସ୍ୱର୍ଗଦ୍ୱାରରୁ ଶବଦାହ କରିବା ବାଟରେ ଚାଲିଗଲା ଜୀବନ ! ବିଳମ୍ବିତ ରାତି ଅଟୋକୁ ଚାପିଦେଲା ଟ୍ରକ, ୪ ମୃତ ଓ ୩ ଗୁରୁତର

21

କନକ ବ୍ୟୁରୋ : ଏମିିତି ବି ଆସେ ମୃତ୍ୟୁ । ଶବଦାହ କରି ଫେରିବା ବାଟରେ ପାଲଟିଗଲେ ଶବ । ସ୍ୱାର୍ଗଦ୍ୱାରରୁ ଶବଦାହ କରି ଫେରିବାର ବାଟରେ ଦୁର୍ଘଟଣା । ଅଟୋକୁ ଚାପି ଦେଲା ଟ୍ରକ । ପୁରୀ ସତ୍ୟବାଦୀରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଏଥିରେ ୪ଜଣଙ୍କ ମୃତ୍ୟୁ ହୋଇଛି । ୩ଜଣ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ଗତକାଲି ରାତିରେ ସତ୍ୟବାଦୀର ଶୁକଳ ଛକରେ ଏହି ଦୁର୍ଘଟଣା ଘଟିଛି । ସ୍ୱର୍ଗଦ୍ୱାରରୁ ଶବ ସକ୍ରାର ସାରି ଫେରୁଥିବାବେଳେ ଏହି ଦୁର୍ଘଟଣା ଘଟିଛି ।