ପୁଣି ରାଉରକେଲା ଷ୍ଟିଲ ପ୍ଲାଂଟରେ ଦୁର୍ଘଟଣା ! କନଭର୍ଟର ରୋପ ଛିଣ୍ଡି ତଳେ ପଡିଲା ତରଳ ଲୁହ।। ୩ ଶ୍ରମିକ ଆହତ

30

କନକ ବ୍ୟୁରୋ : ରାଉରକେଲା ଆରଏସପିରେ ପୁଣି ଅଘଟଣ । ଆଜି ଏସଏମଏମ-୨ ବିଭାଗରେ ୩ ନମ୍ବର କନଭର୍ଟର ରୋପ ଛିଡ଼ି ଯିବାରୁ ଉତ୍ତପ୍ତ ତରଳ ଲୁହା ଚଟାଣରେ ପଡ଼ି ଯାଇଥିଲା । ଫଳରେ ସେଠାରେ କାମ କରୁଥିବା ୩ଜଣ ଶ୍ରମିକ ଆହତ ହୋଇଛନ୍ତି । ଅନ୍ୟ ୧୦ ଜଣ ଶ୍ରମିକ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଏଥିରେ ଟିଏମସି କ୍ରେନ ସମ୍ପୁର୍ଣ୍ଣ ଭାବେ ଜଳିଯାଇଥିବା ବେଳେ ଅନ୍ୟାନ୍ୟ ଯନ୍ତ୍ରପାତି ବହୁଳ ଭାବେ କ୍ଷତିଗ୍ରସ୍ତ ହୋଇଛି । ଗତକାଲି ଘଟିଥିବା ଦୁର୍ଘଟଣାରେ ଗୁରୁତର ହୋଇଥିବା ଶ୍ରମିକ ସାହିଲ କୁମାରଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ।