ରଥଖଳାରେ ଅଘଟଣ : ତୁମ୍ବଖୋଳା ମେସିନ ଓଲଟି ଜଣେ ଶିଶୁ ଆହତ, ଏପେଟେ ଆଗେଇ ଚାଲିଛି ଚକ ଅଖ ଓ ଗୁଜ କାମ

36

କନକ ବ୍ୟୁରୋ : ରଥଖଳାରେ ଅଘଟଣ । ଡ୍ରିଲ ମେସିନ ପଡ଼ି ଜଣେ ନାବାଳକ ଆହତ ହୋଇଛନ୍ତି । ମେସିନଟି ଏହି ନାବାଳକଙ୍କ ଉପରେ ପଡ଼ିଥିବା ବେଳେ ତାଙ୍କର ମୁଣ୍ଡରେ ଆଘାତ ଲାଗିଛି । ତାଙ୍କୁ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସା ପରେ ଛାଡି ଦିଆଯାଇଛି । ଶିଶୁଟିର ପରିଚୟ ମିଳି ନଥିବା ବେଳେ ସେ ହାଡଗୋଡିଆ ସାହିର ବୋଲି କୁହାଯାଉଛି । ଅନ୍ୟପଟେ ମେସିନ ନିକଟରେ ଥିବା ଏକ ସାଇକେଲ ମେସିନ ତଳେ ଚାପି ହୋଇ ରହିଥିବା ଦେଖିବାକୁ ମିଳିଥିଲା । ମେସିନରେ ସୁଭଦ୍ରାଙ୍କ ରଥର ତୁମ୍ବ ଅଧା ବିନ୍ଧ ଅବସ୍ଥାରେ ରଖି ମହାରଣା ସେବକମାନେ କାମ ସାରି ଘରକୁ ଯାଇଥିଲେ । ଏଣୁ ମେସିନ ତୁମ୍ବ ଅଧାଖୋଳା ଅବସ୍ଥାରେ ଲାଗି ରହିଥିଲା । ଏହି ଘଟଣା ପରେ ଖବର ପାଇ ମନ୍ଦିର ପ୍ରଶାସନର ଅଧିକାରୀମାନେ ଘଟଣାସ୍ଥଳରେ ପହଂଚିଥିଲେ ।

ମିଳିଥିବା ସୂଚନା ମୁତାବକ, ଆଜି ରାତି ପ୍ରାୟ ୧୦ରୁ ସାଢ଼େ ୧୦ଟା ଭିତରେ ରଥଖଳାରେ ରହିଥିବା ତୁମ୍ବଖୋଳା ମେସିନଟି କୌଣସି କାରଣରୁ ଓଲଟି ପଡ଼ିଥିଲା। ଏହି ସମୟରେ ପାଖରେ ଥିବା ୯ ବର୍ଷର ଜଣେ ଶିଶୁ ଆହତ ହୋଇଥିଲା। ମେସିନର କୌଣସି ଅଂଶ ଶିଶୁଟିର ମୁଣ୍ଡରେ ବାଜିବାରୁ ତା’ ମୁଣ୍ଡ ଫାଟି ଯାଇଥିଲା। ଶିଶୁ ଜଣକର ପରିଚୟ ମିଳିନଥିଲେ ବି ସେ ହାଡ଼ଗୋଡ଼ିଆ ସାହି ନିକଟ ଅଞ୍ଚଳର ବୋଲି କୁହାଯାଉଛି। ଅନ୍ୟପକ୍ଷରେ ମେସିନ୍ ପାଖରେ ଥିବା ଏକ ସାଇକେଲ ଚାପି ହୋଇରହିଛି। ମେସିନ୍ରେ ସୁଭଦ୍ରାଙ୍କ ତୁମ୍ବ ଅଧା ବିନ୍ଧ ଅବସ୍ଥାରେ ରଖି ମହାରଣା ସେବକମାନେ ଆଜି କାମ ସାରି ଘରକୁ ଯାଇଥିଲେ। ଏଣୁ ମେସିନରେ ତୁମ୍ବ ଅଧାଖୋଳା ଅବସ୍ଥାରେ ଲାଗି ରହିଥିଲା। ଏହି ଘଟଣା ପରେ ଶ୍ରୀମନ୍ଦିର ପ୍ରଶାସନର ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିବା ଜଣାପଡ଼ିଛି।