ଦୁର୍ଘଟଣା ପରେ ଲଙ୍କାକାଣ୍ଡ : ଭଦ୍ରକରେ ଛାତ୍ରୀଙ୍କ ଉପରେ ଚଢିଗଲା ବାଲି ବୋଝେଇ ହାଇୱା

35

ଭଦ୍ରକ : ଦୁର୍ଘଟଣା ପରେ ଲଙ୍କାକାଣ୍ଡ । ଭଦ୍ରକରେ ହାଇୱା ଧକ୍କାରେ ଛାତ୍ରୀଙ୍କ ମୃତ୍ୟୁକୁ ନେଇ ତାତିଲେ ଛାତ୍ରଛାତ୍ରୀ ଓ ସ୍ଥାନୀୟ ବାସିନ୍ଦା । ଦୁର୍ଘଟଣା ଘଟାଇଥିବା ଗାଡିକୁ ଜାଳିବା ସହ ତହସିଲ ଅଫିସରେ ବ୍ୟାପକ ଭଙ୍ଗାରୁଜା କରିଛନ୍ତି ଉତ୍ୟକ୍ତ ଲୋକେ । ଗତକାଲି ଏକ ବାଲି ବୋଝେଇ ହାଇୱା ଜଣେ ଛାତ୍ରୀଙ୍କ ଉପରେ ମାଡି ଯାଇଥିଲା । ଫଳରେ ଘଟଣାସ୍ଥଳରେ ଛାତ୍ରୀ ଜଣଙ୍କର ମୃତ୍ୟୁ ହୋଇଥିଲା । ଯାହାକୁ ନେଇ ଏଭଳି ଲଙ୍କାକାଣ୍ଡ ଭିଆଇଛନ୍ତି ଲୋକେ । ପ୍ରଥମେ ଲୋକ ଦୁର୍ଘଟଣା ଘଟାଇଥିବା ହାଇୱାକୁ ପୋଡ଼ି ଦେବା ସହ ସେଠାରେ ଥିବା ଆଉ ଏକ ହାଇୱାକୁ ମଧ୍ୟ ପୋଡ଼ି ଦେଇଥିଲେ । ଖବର ପାଇ ନିଆ ଲିଭାଇବାକୁ ଆସୁଥିବା ଦମକଳ ଗାଡ଼ିକୁ ମଧ୍ୟ ଛାଡି ନଥିଲେ ଲୋକେ । ଏହାସହ ବେଆଇନ୍ ବାଲି ଚାଲାଣ ହେଉଥିବାରୁ ସ୍ଥାନୀୟ ତହସିଲ କାର୍ଯ୍ୟାଳୟ ମଧ୍ୟ ବ୍ୟାପକ ଭଙ୍ଗାରୁଜା କରାଯାଇଛି ।