ଶଗଡିଆଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା । କ୍ଷତିପୂରଣ ଦାବିରେ ଜାତୀୟ ରାଜପଥ ୫୩କୁ ଅବରୋଧ କଲେ ଗ୍ରାମବାସୀ

ଶଗଡିଆଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା

104

କନକ ବ୍ୟୁରୋ : ଗାଡି ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ । ୨ ବଳଦ ଆହତ । ମିଳିଥିବା ସୂଚନା ଅନୁସାରେ, ବେତନଟୀ ଅଗିରିଆ ଛକରେ ଏକ ଅଜଣା ଗାଡି ଧକ୍କାରେ ଜଣେ ଶଗଡିଆଙ୍କ ମୃତ୍ୟୁ ହୋଇଥିବା ଯୋଗୁଁ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି । ତେବେ କେଉଁ ଗାଡି ତାଙ୍କୁ ଧକ୍କା ଦେଇଛି ତାହା ଜଣାପଡିନଥିଲେ ମଧ୍ୟ ସ୍ଥାନୀୟ ଲୋକ କ୍ଷତିପୂରଣ ଦାବିରେ ରାସ୍ତାରୋକ କରିଛନ୍ତି । ତେବେ କେବଳ ଏତିକି ନୁହେଁ ଦୁର୍ଘଟଣାରେ ଜଣଙ୍କ ମୁତ୍ୟୁ ହେବାସହ ଘଟଣାସ୍ଥଳରେ ୨ ବଳଦ ମଧ୍ୟ ଗୁରୁତର ଆହତ ହୋଇଛନ୍ତି ।

ଘଟଣା ସମ୍ପର୍କରେ ସ୍ଥାନୀୟଲୋକ ଖବର ପାଇବା ପରେ ଜାତୀୟ ରାଜପଥ ୫୩ ଅବରୋଧ କରିବା ସହ ମୃତକଙ୍କ ନିକଟ ସମ୍ପର୍କୀୟଙ୍କୁ ଅନୁକମ୍ପା ମୂଳକ ସହାୟତା ରାଶି ଦେବା ପାଇଁ ଦାବି କରିଛନ୍ତି । ତେବେ ଏହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ଲାଗିରହିଛି। ଦୁର୍ଘଟଣା ପରେ ଉତ୍ତ୍ୟେକ୍ତ ଗ୍ରାମବାସୀମାନେ ରାସ୍ତାରୋକ କରିଛନ୍ତି। ଫଳରେ ରାସ୍ତାରେ ଉଭୟ ପାର୍ଶ୍ୱରେ ବହୁ ଯାନବାହନ ଅଟକି ରହିଛି।