ବଲାଙ୍ଗୀର ଆୟୁବେର୍ଦିକ ମହାବିଦ୍ୟାଳୟର ପିକନିକ୍ ବସ୍ ଦୁର୍ଘଟଣା  । ୮ହାଉସସର୍ଜନଙ୍କ ସମତେ ୧୧ ଜଣ ଆହତ । ସେପଟେ ବାଲେଶ୍ୱର ରୂପସା ନିକଟରେ ଟୁରିଷ୍ଟ ବସକୁ ଧକା ଦେଲା ଟ୍ରକ ।

25

କନକ ବ୍ୟୁରୋ : ଦୁର୍ଘଟଣାର ଦିନ । ବଲାଙ୍ଗିର ଓ ବାଲେଶ୍ୱରଠାରେ ବସ୍ ଦୁର୍ଘଟଣା ଘଟିଛି । କୋଲକାତାରୁ ପୁରୀ ଯାଉଥିବା ଏକ ଟୁରିଷ୍ଟ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ବାଲେଶ୍ୱରର ୬୦ନମ୍ବର ଜାତୀୟ ରାଜପଥ ମିରିଗିମୁଣ୍ଡି ନିକଟରେ ବସକୁ ପଛପଟୁ ଧକ୍କା ଦେଇଛି ଟ୍ରକ । ଏଥିରେ ୫ଜଣ ଯାତ୍ରୀ ଆହତ ହୋଇଛନ୍ତି । ଆହତଙ୍କୁ ବାଲେଶ୍ୱର ଡାକ୍ତରଖାନାରେ ଭର୍ତି କରାଯାଇଛି ।

ସେପଟେ ବଲାଙ୍ଗିର ଆର୍ୟୁର୍ବେଦିକ ମହାବିଦ୍ୟାଳୟର ପିକନିକ ବସ ମଧ୍ୟ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଦୁର୍ଘଟଣାରେ ୮ଜଣ ହାଉସ ସର୍ଜନଙ୍କ ସମେତ ୨ଜଣ ସମ୍ପର୍କୀୟ ଓ ବସ ଡ୍ରାଇଭର ଆହତ ହୋଇଛନ୍ତି । ବଲାଙ୍ଗିର ନିକଟ କଦଳିମୁଣ୍ଡା ନର୍ସରୀ ନିକଟରେ ରାସ୍ତାରେ ଅଟକି ଥିବା ଏକ ଟ୍ରକକୁ ପଛପଟୁ ଧକ୍କା ଦେଇଛି ବସ ।

ଗତକାଲି ଛତିଶଗଡର ତୀର୍ଥଗଡକୁ ଆର୍ୟୁର୍ବେଦିକ ମହାବିଦ୍ୟାଳୟର ୩୦ଜଣ ହାଉସ ସର୍ଜନ ଓ ତାଙ୍କ ସମ୍ପର୍କୀୟ ପିକନିକ ପାଇଁ ଯାଇଥିଲେ । ଆଜି ଭୋରରୁ ଫେରିବା ବେଳେ ବଲାଙ୍ଗିର ପ୍ରବେଶ ପଥରେ ଏହି ଦୁର୍ଘଟଣା ଘଟିଛି ।