କେନ୍ଦୁଝରରେ ମର୍ମନ୍ତୁଦ ଦୁର୍ଘଟଣା ! ଅଟୋ –ଟ୍ରକ ମୁହାଁମୁହିଁ ଧକ୍କା । ଗୁରୁତରଙ୍କୁ ଡାକ୍ତରଖାନାରେ ଭର୍ତ୍ତି

51

କନକ ବ୍ୟୁରୋ : କେନ୍ଦୁଝରରେ ମର୍ମନ୍ତୁଦ ଦୁର୍ଘଟଣା । ଦଙ୍ଗାପାଣି ନିକଟରେ ଟ୍ରକ-ଅଟୋ ମୁହାଁମୁହିଁ ଧକ୍କା ହେବା ଫଳରେ ୪ ଜଣଙ୍କର ମୃତ୍ୟୁ ହୋଇଛି । ଏହି ଦୁର୍ଘଟଣାରେ ୪ ଜଣ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତି କରାଯାଇଛି । ଅଟୋ ଶୁଆକାଟିରୁ କେନ୍ଦୁଝର ଆସୁଥିବା ଟ୍ରକ ଅଟୋକୁ ବାଡେଇଦେଇଥିଲା । ଫଳରେ ଅଟୋରେ ଥିବା ଯାତ୍ରୀ ଆହତ ହୋଇଥିଲେ ।