ସୀମା ଟପିଲେ ଏବିଭିପି ସମର୍ଥିତ ଛାତ୍ର ! ନିର୍ବାଚନ ପାଇଁ ଶିକ୍ଷକଙ୍କ ମୁହଁରେ କଳା ବୋଳିଲେ

30

ସୀମା ଟପିଲା ଏବିଭିପି ସଂଗଠନ ସମର୍ଥିତ ଛାତ୍ରଛାତ୍ରୀଙ୍କ ଗୁଣ୍ଡାଗିରି । ଗୁଜରାଟ କଚ୍ଛ ବିଶ୍ୱବିଦ୍ୟାଳୟର ଜଣେ ପ୍ରଫେସରଙ୍କ ମୁହଁରେ କଳାବୋଳି ଦେଇଛନ୍ତି କିଛି ଛାତ୍ର । ଏପରିକି ପ୍ରଫେସରଙ୍କୁ ମାଡ ମାରିଥିବା ଅଭିଯୋଗ ହୋଇଛି । ପ୍ରଫେସରଙ୍କ ଉପରେ ପକା ଯାଇଥିବା କାଳିରେ କିଛି ରାସାୟନିକ ପଦାର୍ଥ ଥିବା କାରଣରୁ ପୋଡା ଜଳା ହୋଇଥିଲା । ତାଙ୍କୁ ବର୍ତମାନ ମେଡିକାଲରେ ଭର୍ତି କରାଯାଇଛି । ଏହା ସହିତ ଛାତ୍ରମାନେ ପ୍ରଫେସରଙ୍କ ବିରୋଧରେ ନାରାବାଜି କରିବା ସହ ଏକ ଶୋଭାଯାତ୍ରା ମଧ୍ୟ କରିଥିଲେ ।

ଆଗାମୀ ଛାତ୍ର ନିର୍ବାଚନ ପାଇଁ ଏବିଭିପି ସମର୍ଥିତ ପ୍ରାର୍ଥୀମାନେ ଦାଖଲ କରିଥିବା ଫର୍ମକୁ ଜାଣିଶୁଣି ପ୍ରଫେସର କାଟିଦେଇଥିବା ଅଭିଯୋଗ କରି ଏପରି କାଣ୍ଡ କରିଛନ୍ତି । ଗତକାଲି ଅପରାହ୍ଣ ୪ଟା ୩୦ରେ ଏହି ଘଟଣା ଘଟିଥିଲା । ଯାହାକୁ ନେଇ ଏବେ ଗୁଜରାଟରେ ଚର୍ଚ୍ଚା ଜୋର ଧରିଛି ।