ଉଚ୍ଚଶିକ୍ଷା ମନ୍ତ୍ରୀ ପ୍ରଦୀପ ପାଣିଗ୍ରାହୀଙ୍କ ବାସଭବନ ଘେରାଉ ! ଏବିଭିପି ଓ ପୁଲିସ୍ ମଧ୍ୟରେ ଧସ୍ତାଧସ୍ତି

34

କନକ ବ୍ୟୁରୋ : ଉଚ୍ଚ ଶିକ୍ଷା ମନ୍ତ୍ରୀ ପ୍ରଦୀପ ପାଣିଗ୍ରାହୀଙ୍କ ସରକାରୀ ବାସଭବନ ଘେରାଉ କଲା ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ । ଉଚ୍ଚ ଶିକ୍ଷା ବିଭାଗର ଅଡିଟରୁ ବର୍ଷେ ତଳୁ ମେଧାବୃତି ସ୍କାମ୍ ନେଇ ପ୍ରମାଣ ମିଳିଥିବାରୁ ଏବିଭିପି ଏହାର ନ୍ୟାୟିକ ତଦନ୍ତ ଦାବି କରିଛି । ଏବିଭିପି ଅଭିଯୋଗ କରିଛି. ୪ ବର୍ଷରେ ଉଚ୍ଚ ଶିକ୍ଷା ବିଭାଗରେ ହଜାର ହଜାର ନକଲି ଛାତ୍ରଙ୍କୁ ମେଧାବୃତି ଦିଆଯାଇ ପ୍ରାୟ ୫୦ କୋଟି ଟଙ୍କା ଲୁଟ୍ କରାଯାଇଛି ।

କେବଳ ଗୋଟିଏ ବିଲରେ ୬୦ ଲକ୍ଷ ଟଙ୍କା ହଡ଼ପ କରାଯାଇଥିବା ବର୍ଷେ ତଳୁ ଅଡିଟ୍ ରିପୋର୍ଟରୁ ଧରାପଡ଼ିଛି । ଏହି ମହାଦୁର୍ନୀତିର ନ୍ୟାୟିକ ତଦନ୍ତ ଦାବି କରିବାକୁ ପୂର୍ବରୁ ଦାବି କରାଯାଇଥିଲେ ସୁଦ୍ଧା ଉଚ୍ଚ ଶିକ୍ଷା ମନ୍ତ୍ରୀ ଓ ରାଜ୍ୟ ସରକାର ନିରବ ବସିଛନ୍ତି । ସରକାର ପଦକ୍ଷେପ ନନେଲେ ଆଗକୁ ଲକ୍ଷ ଲକ୍ଷ ଛାତ୍ରଛାତ୍ରୀ ଆନ୍ଦୋଳନରେ ସାମିଲ ହେବେ ।