‘ନାରୀ ଚିନି ପୁରୁଷ ପିମ୍ପୁଡି’! ସମାଜବାଦୀ ପାର୍ଟି ନେତା ଆବୁ ଆଜମୀଙ୍କ ବିବାଦୀୟ ବୟାନ୍ 

80

କନକ ବ୍ୟୁରୋ : ପୁରୁଷ ପିମ୍ପୁଡି ଆଉ ମହିଳା ଚିନି । ଚିନି ପ୍ରତି ପିମ୍ପୁଡି ଆକୃଷ୍ଟ ହେବା ସ୍ୱାଭାବିକ । ନିଆଁ ଓ ପେଟ୍ରୋଲ ଏକା ସାଙ୍ଗରେ ରହିପାରିବେ ନାହିଁ । ନୂଆ ବର୍ଷ ପୂର୍ବ ରାତିରେ ବେଙ୍ଗାଳୁରୁରେ ଯୁବତୀଙ୍କ ପ୍ରତି ଅସଦାଚରଣ ପ୍ରସଙ୍ଗରେ ଏଭଳି ମନ୍ତବ୍ୟ ରଖିଛନ୍ତି ସମାଜବାଦୀ ପାର୍ଟିର ବରିଷ୍ଠ ନେତା ଆବୁ ଆଜମୀ ।

ସେ କହିଛନ୍ତି ପାଶ୍ଚାଚ୍ୟ ସଂସ୍କୃତି ପ୍ରଭାବରେ ପଡି ଆଜିକାଲିର ଝିଅମାନେ ଜିରୋ ନାଇଟ ସେଲିବ୍ରେସନ କରୁଛନ୍ତି । ଏଭଳି ରାତି ଅଧରେ ପାର୍ଟି କରିବା ଫଳରେ ବିପଦକୁ ଡାକି ଆଣୁଛନ୍ତି । ତେଣୁ ଏଭଳି ଅଘଟଣ ଏଡାଇବାକୁ ଆମକୁ ସଂଜତ ହେବାକୁ ପଡିବ ବୋଲି ମତ ରଖିଛନ୍ତି ଆଜିମୀ ।

ତେବେ ଏହାକୁ ନେଇ ଦେଶବ୍ୟାପୀ ବିତର୍କ ଆରମ୍ଭ ହୋଇଛି । ଜଣେ ଜନପ୍ରତିନିଧିଙ୍କ ମହିଳାଙ୍କ ପ୍ରତି ଏଭଳି ସମ୍ମାନ ହାନୀ ହେଲାଭଳି ମନ୍ତବ୍ୟକୁ ଚାରିଆଡୁ ସମାଲୋଚନା କରାଯାଇଛି । ମହିଳାଙ୍କ ସମ୍ମାନ ପାଇଁ ଲଢେଇ କରୁଥିବା ସାମାଜିକ ସଂଗଠନଗୁଡିକ ଆଜମୀଙ୍କ ଏହି ମନ୍ତବ୍ୟର କଡା ଭାଷାରେ ନିନ୍ଦା କରିଛନ୍ତି ।

ମହିଳାମାନେ କୌଣସି କ୍ଷେତ୍ରରେ ପୁରୁଷଙ୍କଠାରୁ ପଛୁଆ ନୁହେଁ । ସମାଜରେ ମହିଳା ଓ ପୁରୁଷଙ୍କ ସମାନ ଅଧିକାର ନେଇ ଅନେକ ଆଲୋଚନା ଚାଲିଛି । ଏପରିସ୍ଥଳେ ଜଣେ ଯୁବତୀ ଜିରୋ ନାଇଟ ସେଲିବ୍ରେଟ କରିବାକୁ ଗଲେ ତାର ସୁରକ୍ଷା କିଏ ନିଶ୍ଚିତ କରିବ? ସରକାର ଓ ପ୍ରଶାସନ ସବୁ ବର୍ଗର ଅଧିକାରକୁ ସୁରକ୍ଷା ଦେବା ଉଚିତ ବୋଲି ମତ ପ୍ରକାଶ ପାଇଛି ।

ଏହା ସହ ଦେଖନ୍ତୁ ଶେଷ ରାତି ହେଲା ଲଜ୍ଜାର ରାତି ! ବେଙ୍ଗାଲୁରୁରେ ନୂଆ ବର୍ଷ ପୂର୍ବଦିନ ଶହ ଶହ ମହିଳାଙ୍କୁ ଯୌନ ନିର୍ଯାତନା