ନିର୍ବାଚନକୁ ନେଇ ଆସିଲା ଏବିପିର ସି-ଭୋଟର ସର୍ଭେ ରିପୋର୍ଟ । ୨୦୧୯ରେ ପୁଣି ଥରେ କ୍ଷମତାକୁ ଫେରିବ ଏନଡିଏ । ସରକାର ଗଢିବେ ମୋଦି

27

କନକ ବ୍ୟୁରୋ: ଆସିଲା ଏବିପିର ସି-ଭୋଟର ସର୍ଭେ ରିପୋର୍ଟ । ଏହି ସର୍ଭେ ଅନୁସାରେ ଯଦି ଆଜି ଲୋକସଭା ନିର୍ବାଚନ ହୁଏ ତେବେ ଏନଡିଏ ପୁଣି ଥରେ କ୍ଷମତାକୁ ଫେରିବ ଏବଂ ନରେନ୍ଦ୍ର ମୋଦି ପୁଣି ଥରେ ପ୍ରଧାନମନ୍ତ୍ରୀ ହେବେ । ଏବିପି ନ୍ୟୁଜରେ ପ୍ରସାରଣ ହୋଇଥିବା ଏହି ସର୍ଭେ ଅନୁସାରେ ଏନଡିଏକୁ ମିଳିବ ୨୭୬ଟି ଆସନ । ଭୋଟ ସେୟାର ରହିବ ୩୮ ପ୍ରତିଶତ । ସେହିପରି କଂଗ୍ରେସ ସମର୍ଥିତ ୟୁପିଏକୁ ମିଳିବ ୧୧୨ ଟି ଆସନ । ଏବଂ ଭୋଟ ସେୟାର ରହିବ ୨୫ ପ୍ରତିଶତ । ଅନ୍ୟାନ୍ୟ ୧୫୫ଟି ସିଟରେ ବିଜୟ ଲାଭ କରିବେ । ଯାହାର ଭୋଟ ସେୟାର ରହିବ ୩୭ ପ୍ରତିଶତ ।

ପଂଜାବ ଏବଂ ଦକ୍ଷିଣରେ ଥିବା ରାଜ୍ୟଗୁଡିକରେ ୟୁପିଏର ବିଜୟ ହେବ ବୋଲି ଏହି ସର୍ଭେରୁ ଆକଳନ କରାଯାଇଛି । ସେହିପରି ଓଡିଶା ଏବଂ ହରିଆନାରେ ଏନଡିଏ ସିଟ ସଂଖ୍ୟା ବୃଦ୍ଧି ପାଇବ । ଉତରପୂର୍ବ ରାଜ୍ୟଗୁଡିକରେ ବିଜେପି ମେଂଟ ଜିତିବ । ଦିଲ୍ଲୀରେ ସମସ୍ତ ସିଟ ବିଜେପି ହାତେଇବ । ରାଜସ୍ଥାନ , ଛତିଶଗଡ ଏବଂ ମଧ୍ୟପ୍ରଦେଶରେ ଏନଡିଏ ଜିତିବାର ଆଶା କରାଯାଉଛି । ଉତର ପ୍ରଦେଶରେ ଯଦି ୟୁପିଏ ମହାଗଠବନ୍ଧନରେ ସାମିଲ ହେଉଛି ତେବେ ଅଧାରୁ ଅଧିକ ସିଟରେ ବିଜୟଲାଭ କରିବ ।

କିନ୍ତୁ ସମାଜବାଦୀ ପାର୍ଟି ଏବଂ ବହୁଜନ ସମାଜପାର୍ଟିର ବିନା ସମର୍ଥନରେ ଦଳ ପାଇଁ ବଡକ୍ଷତି ହେବ ବୋଲି ଅନୁମାନ କରାଯାଇଛି । ମହାରଷ୍ଟ୍ରରେ ମଧ୍ୟ ଏନଡିଏକୁ ବହୁମତ ମିଳିବ । ଯଦି ବିଜେପି-ଶିବସେନା ମଧ୍ୟରେ ଫାଟ ହୁଏ ଏବଂ ଏନସିପି ଓ କଂଗ୍ରେସ ମଧ୍ୟରେ ମେଂଟ ହୁଏ ତେବେ କଂଗ୍ରେସ ଫାଇଦାରେ ରହିବ ।