ବଡ଼ଠାକୁରଙ୍କ ରଥ ତାଳଧ୍ୱଜ ବାବଦରେ ଜାଣନ୍ତୁ କିଛି ତଥ୍ୟ . . . . . .

72

ଆଗକୁ ରଥଯାତ୍ରା । ଏଥିପାଇଁ ଚଳଚଞ୍ଚଳ ପୁରପଲ୍ଲୀ । କେବଳ ପୁରୀ ନୁହେଁ ରାଜ୍ୟର ବିଭିନ୍ନ ସ୍ଥାନରେ ହେବ ରଥଯାତ୍ରା । ଏଥିପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି । ଏବେଠାରୁ ପବିତ୍ର ଧାମ ପୁରୀରେ ଜନଗହଳି ଦେଖିବା ପାଇଁ ମିଳୁଛି । ଦେଶ ବିଦେଶରୁ ଭକ୍ତମାନେ ଏବେ ଠାରୁ ଗହଳି ଆରମ୍ଭ କରିଦେଲେଣି । ରଥରେ ମହାପ୍ରଭୁଙ୍କୁ ଦେଖି ମୋକ୍ଷପ୍ରାପ୍ତି ପାଇଁ ଦେଶର କୋଣ ଅନୁକୋଣରୁ ପୁରୀକୁ ଅନେକ ଭକ୍ତ ଧାଇଁ ଆସନ୍ତି । ରଥଯାତ୍ରାରେ ତିନି ଠାକୁରଙ୍କୁ ଦର୍ଶନ କରିବା ପାଇଁ କାହିଁ କେତେ ଦୂରରୁ ଭକ୍ତମାନେ ଆସୁଛନ୍ତି ।

ତାଳଧ୍ୱଜ ରଥରେ ବଡ଼ଠାକୁର ଶ୍ରୀ ବଳଭଦ୍ର ବିରାଜମାନ ହୁଅନ୍ତି । ରାମକୃଷ୍ଣଙ୍କୁ ସାଂଗରେ ଧରି ଏହି ରଥରେ ଶ୍ରୀଗୁଣ୍ଡିଚା ମନ୍ଦିରକୁ ଯାଇଥାନ୍ତି ବଳଭଦ୍ର । ନନ୍ଦିଘୋଷ ରଥ ଠାରୁ ଆକାରରେ ସାମାନ୍ୟ ଛୋଟ ବଳଭଦ୍ରଙ୍କ ତାଳଧ୍ୱଜ । ରଥର ଉଚ୍ଚତା ୪୩ ଫୁଟ ୩ ଇଂଚ । ଲମ୍ବ ଓ ପ୍ରସ୍ଥ ଉଭୟ ୩୩ ଫୁଟ । ୭୬୩ ଖଣ୍ଡ କାଠରେ ଏହି ରଥ ନିର୍ମିତ । ତାଳଧ୍ୱଜରେ ମୋଟ ଚକ ସଂଖ୍ୟା ୧୪, ଚକର ବ୍ୟାସ ନନ୍ଦିଘୋଷ ଭଳି ୭ ମିଟର ।

ନୀଳ-ସବୁଜ ସହ ଲାଲ ରଂଗର ବସ୍ତ୍ରରେ ଆଚ୍ଛାଦିତ ହୋଇଥାଏ ତାଳଧ୍ୱଜ ରଥ । ଏହାକୁ ଜଗି ରହିଥାନ୍ତି ବାସୁଦେବ । ରଥର ସାରଥି ମାତଲୀ, ପତାକାର ନାମ ୟୁନାନୀ । ତାଳଧ୍ୱଜ ରଥର ଅଶ୍ୱମାନେ ହେଲେ ତ୍ରୀବ୍ର, ଘୋର, ଦୀର୍ଘଶର୍ମା, ସ୍ୱର୍ଣ୍ଣନାଭ । ଦଉଡ଼଼ିର ନାମ ବାସୁକୀ ନାଗ । ୯ ପାର୍ଶ୍ୱ ଦେବାଦେବୀ ହେଉଛନ୍ତି ଗଣେଶ, କାର୍ତ୍ତିକେୟ, ସର୍ବମଙ୍ଗଳା, ପ୍ରଳାମ୍ବରୀ, ହଟାୟୁଧ, ମୃତ୍ୟୁଞ୍ଜୟ, ନତାମ୍ବର, ମୁକ୍ତେଶ୍ୱର, ଶେଷଦେବ ।