ଏପରି ଏକ କଲେଜ, ଯେଉଁଠି ଫେଲ ପିଲାଙ୍କୁ ମିଳେ ଆଡମିସନ ! ଜାଣନ୍ତୁ କେଉଁଠି ରହିଛି ଏହି କଲେଜ । 

ସାଧାରଣତଃ ଛାତ୍ରଛାତ୍ରୀମାନେ ପରୀକ୍ଷାରେ ଫେଲ ହେବା ପରେ ପାଠ ପଢା ଛାଡି ଦେଇଥାନ୍ତି ।

327

ସାଧାରଣତଃ ଛାତ୍ରଛାତ୍ରୀମାନେ ପରୀକ୍ଷାରେ ଫେଲ ହେବା ପରେ ପାଠ ପଢା ଛାଡି ଦେଇଥାନ୍ତି । ଏବଂ କୌଣସି ଛୋଟ ଛୋଟ କାମରେ ନିଜକୁ ନିୟୋଜିତ କରିନେଇଥାନ୍ତି । କିନ୍ତୁ ବିଶ୍ୱରେ ଏପରି ଏକ କଲେଜ ଅଛି ଯେଉଁଠାରେ ପେଲ ପିଲାମାନଙ୍କୁ ତାଙ୍କ ଭବିଷ୍ୟତ ପୁଣି ଥରେ ଗଢିବା ପାଇଁ ସୁଯୋଗ ଦିଆଯାଇଥାଏ । ଏପରି ଏକ କଲେଜ ଯେଉଁଠାରେ ଫେଲ ପିଲାମାନେ ଆଡମିଶନ କରି ନିଜ ଭବିଷ୍ୟତକୁ ଉଜ୍ଜଳ କରିପାରୁଛନ୍ତି । ତେବେ ଆସନ୍ତୁ ଜାଣିବା କେଉଁଠି ରହିଛି ଏହି କଲେଜ୍ । 

ଆମେରିକାରେ ଥିବା ଏହି କଲେଜର ନାଆଁ ହେଲା ‘ସ୍ମିଥ୍ କଲେଜ୍’। ଏହା ମେସା ଚ୍ୟୁସେଟ୍ ବିଶ୍ୱ ବିଦ୍ୟାଳୟ ଅଧିନରେ ରହିଛି। ଏଠାରେ ଫେଲ୍ ହୋଇଥିବା ଛାତ୍ରଛାତ୍ରୀମାନଙ୍କ ପାଇଁ ଏକ ବିଶେଷ ପାଠ୍ୟକ୍ରମର ପ୍ରଚଳନ ରହିଛି। ଏହି ବିଶେଷ କୋର୍ସର ନାଆଁ ହେଲା ‘ଫେଲିଙ୍ଗ୍ ୱେଲ୍’।

ଯେଉଁ ଛାତ୍ରଛାତ୍ରୀମାନେ ଫେଲ୍ ହେବା ପରେ ନିଜର ଭବିଷ୍ୟତକୁ ନେଇ ଚିନ୍ତିତ ଥାଆନ୍ତି,ସେମାନେ ଏହି କୋର୍ସ ଜରିଆରେ କ୍ୟାରିଅରକୁ ନୂଆ ମୋଡ଼ ଦେଇପାରିବେ । ଏଠାରେ ନାଆଁ ଲେଖାଇଥିବା ବେଳେ କେବଳ ଏତିକି ତଥ୍ୟ ଦେବାକୁ ପଡ଼ିବ ଯେ ଆପଣ କେଉଁ ବିଷୟରେ ଫେଲ୍ ହୋଇଛନ୍ତି। କୌଣସି ସଂପର୍କ ବା ଗବେଷଣା ବା ଅନ୍ୟ କ୍ଷେତ୍ରରେ ଆପଣ ବିଫଳ ହୋଇଛନ୍ତି କି,ତାହା ଜାଣିବାକୁ ପଡ଼ିବ। ସେହି କ୍ଷେତ୍ରରେ କିପରି ସଫଳତା ପ୍ରାପ୍ତ କରିବେ,ତାହାର ଶିକ୍ଷା ଏହି କଲେଜରେ ଦିଆଯାଇଥାଏ। ଏହି କୋର୍ସ ଲାଗି କଲେଜରୁ ପ୍ରମାଣପତ୍ର ବି ମିଳିଥାଏ।