ବଡ ହୋଇଗଲେ ଶାହାରୁଖ-କାଜୋଲଙ୍କ ରିଲ ଲାଇଫ୍ ‘ପୁଅ’ ! ଏବେ ଚଳାଉଛନ୍ତି ଡାନ୍ସ ଅକାଦେମୀ

47

‘କଭି ଖୁସି କଭି ଗମ’ ସିନେମାରେ ଶାହାରୁଖ ଓ କାଜୋଲଙ୍କ ରିଲ ଲାଇଫ ପୁଅ କ୍ରୀଶ ଭୂମିକାରେ ଅଭିନୟ କରିଥିବା ଶିଶୁ କଳାକାରକୁ ଆପଣ ନିଶ୍ଚୟ ମନେ ରଖିଥିବେ । ସେହି ଛୋଟ ପିଲାଟିର ନାଁ ହେଲା ଜିବ୍ରାନ ଖାନ । କ୍ରୀସର ଭୂମିକା ଜିବ୍ରାନ ଖାନଙ୍କୁ । ଷ୍ଟାର ବନାଇ ଦେଇଥିଲା ଏବଂ ଏହାପରେ ଜିବ୍ରାନ ଅନେକ xxସିନେମାରେ କାମ କରିଥିଲେ । କିନ୍ତୁ ଆପଣ ଜାଣନ୍ତି କି ସେହି ଛୋଟ ପିଲା କ୍ରୀଶ ଏବେ କେଉଁଠି ଅଛନ୍ତି ଓ କ’ଣ କରୁଛନ୍ତି । ଜିବ୍ରାନ ଖାନ ଏବେ ବଡ ହୋଇଯାଇଛନ୍ତି ଓ ବହୁତ ହ୍ୟାଣ୍ଡସମ ମଧ୍ୟ ଦେଖାଯାଉଛନ୍ତି । ପିଲାବେଳର ତାଙ୍କର କ୍ୟୁଟ୍ ଲୁକ ଏବେ ହଟ ଲୁକରେ ବଦଳି ଯାଇଛି ।

ପିଲାବେଳୁ ହିଁ ସେ ଅନେକ ସିନେମାରେ ନିଜର ଅଭିନୟର ଜଲୱା ସମସ୍ତଙ୍କୁ ଦେଖାଇଥିବା ଜିବ୍ରାନଙ୍କୁ ସବୁବେଳେ ଡାନ୍ସ ର ସଉକ ଥିଲା ଏବଂ ସେହି ସ୍ୱପ୍ନକୁ ପୁରା କରିବା ପାଇଁ ଜିବ୍ରାନ ପ୍ରସିଦ୍ଧ କୋରିଓଗ୍ରାଫର ଓ ଡାନ୍ସର ଶ୍ୟାମକ ଡାବରଙ୍କ ଡାନ୍ସ ଅକାଦେମୀ ଯୋଗ ଦେଇଥିଲେ । ଏବେ ଜିବ୍ରାନ ନିଜର ଡ୍ୟାନ୍ସ ଅକାଦେମୀ ଚଳାଉନ୍ତି ଏବଂ ବେଳେ ବେଳ ଷ୍ଟେଜ ସୋ’ ମଧ୍ୟ କରୁଛନ୍ତିି । ସେ ଡ୍ୟାନ୍ସକୁ ବୃତ୍ତି ବନେଇବା ପାଇଁ ଚାହାନ୍ତି, ଏହାସହ ତାଙ୍କ ନଜର ବଲଇଉଡ ଉପରେ ମଧ୍ୟ । ଏବେ ଜିବ୍ରାନ ଭଲ ଅଫର ଅପେକ୍ଷାରେ ଅଛନ୍ତି ।