ଏସବିଆଇରେ ମାତ୍ର ୫ ମିନିଟରେ ଖୋଲନ୍ତୁ ସେଭିଙ୍ଗ୍ ଆକାଉଂଟ ! ଏକ ସ୍ୱତନ୍ତ୍ର ଆପ୍ ଜରିଆରେ ଉଠାଇପାରିବେ ଲାଭ

41

ଦେଶର ସବୁଠାରୁ ବଡ଼ ବ୍ୟାଙ୍କ ଏସବିଆଇରେ ସେଭିଙ୍ଗ୍ ଆକାଉଂଟ ଖୋଲିବା ହେଲା ଆହୁରି ସହଜ । ନୂଆ ଆପ୍ YONO ( ୟୁ ଅନଲି ନିଡ଼୍ ୱାନ୍ ) ଆପ ଜରିଆରେ କେବଳ ଚାରି ମିନିଟରେ ଆକାଉଂଟ ଖୋଲାଯାଇ ପାରିବ । ଏହି ନୂଆ ଆପ ଜରିଆରେ ମାତ୍ର ୫ ମିନିଟରେ ଗ୍ରାହକ ଟଙ୍କା ମଧ୍ୟ ଟ୍ରାନ୍ସଫର କରିପାରିବେ । ସୂଚନାଯୋଗ୍ୟ ଏହା ଏକ ଏମିତି ଡିିଜିଟାଲ୍ ପ୍ଲାଟଫର୍ମ ଯାହା ଆପଣଙ୍କ ଜୀବନଶୈଳୀ ସହ ଜଡ଼ିତ ପ୍ରଡ଼କ୍ଟ ଠାରୁ ଆରମ୍ଭ କରି ବିଭିନ୍ନ ଆର୍ଥିକ ସେବା ଯେଗାଇଦେବ । ଏହି ଆପ୍ ଉଭୟ ଆଣ୍ଡ୍ରଏଡ଼୍ ଓ ଆଇଓଏସ୍ ପ୍ଲାଟଫର୍ମରେ ଉପଲବ୍ଧ ।

YONO ଜରିଆରେ କ’ଣ କ’ଣ କରିପାରିବେ ?
– ଡିଜିଟାଲ ଉପାୟରେ ୫ ମିନିଟରେ ଏସବିଆଇ ଆକାଉଂଟ ଖୋଲି ପାରିବେ ।
– ଏହି ଆପ୍ ଜରିଆରେ ୪ ଟି କ୍ଲିକରେ ଫଣ୍ଡ ଟ୍ରାନ୍ସଫର ସମ୍ଭବ ।
– ବିିନା ପେପରୱ୍ୱାର୍କରେ ମିଳବ ବ୍ୟକ୍ତିଗତ ଋଣ ।
– ଏଫଡ଼ି ବଦଳରେ ଓଭରଡ୍ରାଫ୍ଡ଼ର ସୁବିଧା ଉପଲବ୍ଧ
– ଗ୍ରାହକଙ୍କୁ ମିଳିବ ଖର୍ଚ୍ଚର ପୁରା ହିସାବ
– ଆପରେ ଇନଭେଷ୍ଟମେଂଟ ପ୍ରଡ଼କ୍ଟ ଓ ଇନସ୍ୟୁରାନ୍ସର ସୁବିଧା ଉପଲବ୍ଧ ରହିବ ।

ଏହି ଆପରେ ମିଳିବ ୧୪ ପ୍ରକାର ଭିନ୍ନ ଭିନ୍ନ ସେବା –
– ୧୪ଟି ଭିନ୍ନ ଭିନ୍ନ ବିଭାଗ ଯଥା ବହି, କ୍ୟାବ୍ ବୁକ୍ କରିବା, ମନୋରଞ୍ଜନ , ଖାଇବା ଅଡ଼ର କରିବା, ଟ୍ରାଭେଲ ଓ ମେଡ଼ିକାଲ ଆଦି ଏହି ଆପରେ ସେବା ସାମିଲ ରହିବ ।
– ଏଥିପାଇଁ ବ୍ୟାଙ୍କ ୬୦ଟି ଇ-କମର୍ସ କମ୍ପାନୀ ପାଇଁ ହାତ ମିଳାଇଛି ।
– ଯେଉଁଠି ଆମାଜନ୍ , ଉବର, ମିନ୍ତ୍ରା, ସପର ଷ୍ଟପ୍ , ୟାତ୍ରା ଇତ୍ୟାଦି ଉତ୍ପାଦ କମ୍ପାନୀ ଆଦି ସାମିଲ ରହିଛି ।
– ଆଇଓଏସ୍ ଓ ଆଣ୍ଡ୍ରଏଡ଼୍ ଗ୍ରାହକ ଆପ୍ ୟୋନୋକୁ ଡାଉନଲୋଡ଼ କରିପାରିବେ ।