ପୁଲୱାମା ଆତଙ୍କବାଦୀ ଆକ୍ରମଣର ମାଷ୍ଟରମାଇଣ୍ଡର ଟାର୍ଗେଟରେ ଥିଲେ ପରଭେଜ୍ ମୁସାରଫ୍ । ଜାଣନ୍ତୁ ଜୈଶ-ଏ-ମୋହମ୍ମଦର ବଡ ଆକ୍ରମଣ ସଂପର୍କରେ

317

ଆତଙ୍କବାଦୀ ସଂଗଠନ ଜୈଶ-ଏ-ମୋହମ୍ମଦ ଜାମ୍ମୁ-କାଶ୍ମୀରର ପୁଲୱାମାରେ ସିଆରପିଏଫଙ୍କ ଉପରେ ଆତ୍ମଘାତୀ ଆକ୍ରମଣ କରିଥିବା ସ୍ୱୀକାର କରିଛି । ବର୍ତ୍ତମାନ ସମୟରେ ଏହା ଦୁନିଆର ସବୁଠାରୁ ବିପଦଜନକ ଆତଙ୍କବାଦୀ ସଂଗଠନ । ଏହି ସଂଗଠନର ସଂସ୍ଥାପକ ମସୁଦ ଅଜହର । ସାରା ଦୁନିଆରେ ଏହା ୧୯୯୦ ମସିହାରୁ ସକ୍ରିୟ ଅଛି । ଭାରତ ବ୍ୟତୀତ ଏହି ଆତଙ୍କବାଦୀ ସଂଗଠନ ଆମେରିକା, ଇଂଲଣ୍ଡ, ଅଷ୍ଟ୍ରେଲିୟା ଓ କାନାଡାରେ ବି ନିଜର ଆତଙ୍କବାଦୀ କାର୍ଯ୍ୟକଳାପ ପାଇଁ ଜଣା । ସଂଯୁକ୍ତ ରାଷ୍ଟ୍ର ଏହି ସଂଗଠନକୁ ବ୍ଲାକଲିଷ୍ଟ ବି କରିସାରିଛି ।

ମସୁଦ ଅଜହରର ଜନ୍ମ ୧୯୬୮ରେ ପାକିସ୍ତାନର ବହାବଲପୁରରେ ହୋଇଥିଲା । ମଦ୍ରାସାରେ ପାଠ ପଢ଼ୁଥିବା ମସୁଦ ଅଜହର ଗତ ୨୦ବର୍ଷରେ ଅନେକ ସ୍ଥାନରେ ଆକ୍ରମଣ କରିଛି । ଯେଉଁଥିରେ ସଂସଦ ଭବନକୁ ଆକ୍ରମଣ ଠାରୁ ଆରମ୍ଭ କରି ଆମେରିକାର ସାମ୍ବାଦିକଙ୍କ ହତ୍ୟା ବି ସାମିଲ ଅଛି । ଏହା ବ୍ୟତୀତ ମସୁଦ ଅଜହର ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ପରଭେଜ୍ ମୁସାରଫଙ୍କ ହତ୍ୟା କରିବାକୁ ବି ଚେଷ୍ଟା କରିଥିଲା ।

ଜୈଶ-ଏ-ମୋହମ୍ମଦର ବଡ ବଡ ଆକ୍ରମଣ :

୧୯ ଏପ୍ରିଲ, ୨୦୦୦ : ଜୈଶ-ଏ-ମୋହମ୍ମଦ ବର୍ଷ ୨୦୦୦ରେ ପ୍ରଥମ ଥର କାଶ୍ମୀରରେ ଫିଦାୟିନ୍ ଆକ୍ରମଣର ଦାୟିତ୍ୱ ନେଇଥିଲା ।

ଡିସେମ୍ବର ୨୦୦୧ : ଜୈଶ-ଏ-ମୋହମ୍ମଦ ସଂସଦ ଭବନ ଉପରେ ଆକ୍ରମଣ କରିଥିଲା । ଏହି ଆକ୍ରମଣରେ ୯ ସୁରକ୍ଷାକର୍ମୀ ସହିଦ ହୋଇଥିଲେ ଓ ୫ ଆତଙ୍କବାଦୀଙ୍କୁ ମାରିଥିଲେ । ତେବେ ଭାରତ ଅଜହରକୁ ଭାରତକୁ ହସ୍ତାନ୍ତର କରିବାକୁ କୁହାଯାଇଥିଲା, ଯାହାକୁ ପାକିସ୍ତାନ ମନା କରିଥିଲା । ପରେ ଆମେରିକା ଜୈଶ-ଏ-ମୋହମ୍ମଦକୁ ବିଦେଶୀ ଆତଙ୍କବାଦୀଙ୍କ ସୂଚୀରେ ସାମିଲ କରିଥିଲା ।

ଫେବୃୟାରୀ ୧, ୨୦୦୨ : ଜୈଶ-ଏ-ମୋହମ୍ମଦ ଆମେରିକୀୟ ସାମ୍ବାଦିକ ଡାନିଏଲ ପର୍ଲଙ୍କୁ ଅପହରଣ କରି ଗଳା କାଟି ହତ୍ୟା କରିଥିଲା ।

ବର୍ଷ ୨୦୦୩ : ଜୈଶ-ଏ-ମୋହମ୍ମଦ ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ପରଭେଜ୍ ମୁସାରଫଙ୍କୁ ଦୁଇ ଥର ହତ୍ୟା ଉଦ୍ୟମ କରିଥିଲା । ଏଥିରେ ତାକୁ ସଫଳତା ମିଳିନଥିଲା ।

ବର୍ଷ ୨୦୦୮ : ଜୈଶ-ଏ-ମୋହମ୍ମଦ ଆଫଗାନିସ୍ତାନରେ ଆମେରିକୀୟ ସେନାକୁ ବି ଟାର୍ଗେଟ କରିଥିଲା ।

ଫେବୃୟାରୀ ୨୦୧୧ : ଜାମ୍ମୁ-କାଶ୍ମୀରର ପୁଲୱାମାରେ ସିଆରପିଏଫଙ୍କ ଉପରେ ଆତ୍ମଘାତୀ ଆକ୍ରମଣ କରିଥିବାର ଦାୟିତ୍ୱ ନେଇଥିଲା । ଏହି ଆକ୍ରମଣରେ ୪୦ ଯବାନ ସହିଦ ହୋଇଥିଲେ ।